Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଋଣ କରେଇ ଦେବା ନାଁରେ ୨୫ ଜଣଙ୍କଠୁ ଲୁଟିଲେ ୪ କୋଟି, ଅଭିଯୁକ୍ତ ଗିରଫ, ସ୍କାନରରେ ବ୍ୟାଙ୍କ ମ୍ୟାନେଜର

27/11/2021 at 9:15 PM

ବ୍ରହ୍ମପୁର  ୨୭।୧୧: ଋଣ କରେଇ ଦେବା ନାଁରେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ମିଶି ପାଖାପାଖି ୪ କୋଟି ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଠକ ବ୍ରୋକରକୁ ଗିରଫ କରିଛି ବ୍ରହ୍ମପୁର ବଡ ବଜାର ଥାନା ପୋଲିସ।  ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବ୍ରହ୍ମପୁର ରାମ ନଗର ଅଞ୍ଚଳର ଗୁପ୍ପେଶ୍ବର ପଟ୍ଟନାୟକ। ଗିରଫ ଅଭିଯୁକ୍ତ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ପୋଲିସ।

ସୂଚନା ମୁତାବକ, ରାମ ନଗର ଅଞ୍ଚଳର ସୁଧାଂଶୁ ଶେଖର ପାଢି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରଥମେ ପର୍ସନାଲ ଲୋନ ଓ ପରେ ହାଉସ୍ ଲୋନ କରାଇ ଦେବା ଲାଗି  ୟୁନିୟନ ବ୍ୟାଙ୍କରେ ବ୍ୟାଙ୍କ ମ୍ୟାନେଜର ଗୋପାଳ ଜେନାଙ୍କ ସହ ସାକ୍ଷାତ କରିଥିଲେ।  ପରବର୍ତ୍ତୀ ସମୟରେ ଗୋପାଳ ଜେନା ଓ ଏଜେଣ୍ଟ ଗୁପ୍ତେଶ୍ଵର ମିଳି ମିସି ପ୍ରଥମେ ୧୦ ଲକ୍ଷ ଟଙ୍କା ଲୋନ୍ କରାଇଥିଲେ। ପରେ ସୁଧାଂଶୁଙ୍କୁ ନଜଣାଇ  ୨୪ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି। 

ଏ ନେଇ ସୁଧାଂଶୁ ଶେଖର ପାଢି ବ୍ରହ୍ମପୁର ବଡ ବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗକୁ ଆଧାର କରି ତନାଘନା ବେଳେ ୨୦ ରୁ ୨୫ ଜଣ ଲୋକଙ୍କ ଠାରୁ ୪ କୋଟି ଟଙ୍କା ଠକେଇ କରି ନେଇଥିବା ପୋଲିସ ଜାଣିବାକୁ ପାଇଛି।  ଆଜି ଗୁପ୍ପେଶ୍ବରକୁ କୋର୍ଟ ରେ ହାଜର କରାଇଥିବା ବେଳେ ଆଗାମୀ ଦିନରେ ୫ ଦିନିଆ  ରିମାଣ୍ଡ ରେ ନେବା ପାଇଁ ଆବେଦନ କରି  ଅଧିକ ଖୋଳତାଡ କରିବା ନିମନ୍ତେ ଏସ୍ ଡି ପି ଓ କହିଛନ୍ତି ।

   Related Posts