ଧାନ ବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ; ଆକ୍ରମଣରେ ପରିବାରର ୪ଜଣ ସଦସ୍ୟ ଗୁରୁତର

Published By : Prameya-News7 Bureau | December 30, 2018 IST

ସୋରୋ ୩୦/୧୨ : ଦୁଇଭାଇଙ୍କ ଆକ୍ରମଣରେ ପରିଵାର ଚାରି ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ହରିଚନ୍ଦନପୁର ଗାଁରେ ଘଟିଛି ଅଭାବନୀୟ ଘଟଣା | ପରିବାର ମଧ୍ୟରେ ଧାନ ଭାଗ ବାଣ୍ଟକୁ ନେଇ ଗଣ୍ଡଗୋଳ ହୋଇଥିଲା। ସ୍ବର୍ଗତ ଗଦାଧର ମହାନ୍ତିଙ୍କ ପରିବାର ମଧ୍ୟରେ ଧାନ ବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିଲା | ଗଦାଧରଙ୍କ ଦୁଇ ପୁଅଙ୍କ ସୁଶାନ୍ତ ଓ ହିମାଂଶୁ ଏନେଇ ପାଟିତୁଣ୍ଡ କରିଥିଲେ | ପାଟି ତୁଣ୍ଡ ବେଳେ ଉଭୟ ଉତ୍ତେଜିତ ହୋଇ ଧାରୁଆ ଅସ୍ତ୍ରରେ ଉଭୟଙ୍କ ପରିବାରକୁ ଆକ୍ରମଣ କରିଥିଲେ | ଆକ୍ରମଣରେ ମା' ସବିତା, ଭଉଣୀ ମମତା, ମିତା, ଭିଣୋଇ ଗୁଇରିତାର ହୋଇଛନ୍ତି | ଗୁରୁତରଙ୍କୁ ପ୍ରଥମେ ଔପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି | ଔପଦା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.