ବେଆଇନ ଚାଲାଣ ବେଳେ ୪ଟି ଗୋରୁ ଉଦ୍ଧାର : ଅତ୍ୟାବଶ୍ୟକ ସାମଗ୍ରୀ ପହିବହନ ହେଉଥିବାର ଲାଗିଥିଲା ଷ୍ଟିକର

Published By : Prameya-News7 Bureau | June 05, 2020 IST

ଭଦ୍ରକ ୫/୬: ଗାଡିରେ ଲେଖାହୋଇଛି ଅତ୍ୟାବଶ୍ୟକୀୟ ସାମଗ୍ରୀ । ନଟ ଟୁ ଡିଟେନ ଇନ ରୁଟ । କିନ୍ତୁ ପଛ ଡାଲାରେ ହେଉଛି ବେଆଇନ ଗୋରୁ ଚାଲାଣ । ଆଳୁ , ପିଆଜ , ଅଦା ଓ ରସୁଣ ଚାଲାଣ ହେଉଥିବା ନେଇ ଲେଖା ଯାଇଥିବା ଗାଡିରେ ଚତୁରତାର ସହ ଗୋରୁ ନେଉଥିବା ବେଳେ ଗାଡିକୁ ଅଟକ ରଖିଛନ୍ତି ଗ୍ରାମବାସୀ ।

{"id":281639,"sizeSlug":"large"}

ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡି ଆନନ୍ଦପୁର ପଞ୍ଚାୟତ ତାରିଣୀ ଛକଠାରେ । ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକାଇବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।  ଲୋକମାନେ ପିକଅପ୍ ଭ୍ୟାନକୁ ଭଙ୍ଗାରୁଜା କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନାକୁ ନଜରରେ ରଖି ଧାମନଗର ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଗାଡିରେ ଥିବା ଦୁଇଜଣଙ୍କୁ ଅଟକ ରଖିବା ସହ ୪ଟି ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ୍ । ତେବେ ଗୋରୁ ବୋଝେଇ ଗାଡିରେ ଅତ୍ୟାବଶ୍ୟକ ସାମଗ୍ରୀ ପହିବହନ ହେଉଥିବା ନେଇ ଷ୍ଟିକର ଲାଗିଛି । ଗାଡିର ଡାଲା ମାପ ଅନୁଯାୟୀ ଗୋରୁଙ୍କୁ ଲଦି କରି ନିଆଯାଉଥିବା ଦେଖିବା ପାଇଁ ମିଳିଛି । ଏହି ଗାଡିକୁ ଦେଖି ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ଗାଡି ଅଟକାଇ ଦେଖିଥିଲେ । ପରେ ଲୋକେ ଏନେଇ ଥାନାକୁ ଖବର ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.