ଅର୍ଥ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ପହଞ୍ଚିଲା କରୋନା, ରାଜସ୍ଵ ବିଭାଗର ୪ କୋଭିଡ୍-୧୯ର ଶିକାର

Published By : Prameya-News7 Bureau | June 02, 2020 IST

ନୂଆଦିଲ୍ଲୀ ୦୨।୦୬: ଦେଶରେ କରୋନା ଭୂତାଣୁ ସଂକ୍ରମଣ ହୁ  ହୁ ହୋଇ ବଢି ଚାଲିଛି। ମଙ୍ଗଳବାର ଏହି ସଂକ୍ରମଣ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଅର୍ଥ ମନ୍ତ୍ରଣାଳୟର ରାଜସ୍ଵ ବିଭାଗରେ କୋଭିଡ୍‌-୧୯ ସଂକ୍ରମଣରେ ୪ ଜଣ ସଂକ୍ରମିତ ହୋଇଛନ୍ତି। ଏହାକୁ ମନ୍ତ୍ରଣାଳୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍‌ ପୂରା ରାଜସ୍ଵ ବିଭାଗକୁ ସାନିଟାଇଜ୍‌ କରିଛନ୍ତି। ସଂକ୍ରମିତ ରାଜସ୍ଵ ବିଭାଗର କ୍ୟାସ୍‌ ସେକ୍ସନରୁ ଚିହ୍ନଟ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀର ଉପରାଜ୍ୟପାଳ ଅନିଲ୍ ବୈଜଲଙ୍କ ଦପ୍ତରରୁ ୧୩ କର୍ମଚାରୀ ଓ ଛଅ  ଜଣ ଅନ୍ୟ ସରକାରୀ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଅନ୍ୟପକ୍ଷେ ଦିଲ୍ଲୀ ସରକାରଙ୍କ ୬ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଉଲ୍ଲେଖନୀୟ ଦେଶରେ କରୋନା ସଂକ୍ରମଣ ଉଦ୍‌ବେଜଗନକ ଭାବେ ବଢିବାରେ ଲାଗିଛି। ମଙ୍ଗଳବାର ଅପରାହ୍ନ ସୁଦ୍ଧା କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଞ୍ଚିଯାଇଛି। ସଂକ୍ରମିତଙ୍କ ସଂଖ୍ୟା ୧, ୯୮, ୭୦୬ ହୋଇଛି। ଅଦ୍ୟାବଧି ୯୫,୫୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଏବେ ସୁସ୍ଥତାହାର ୪୮.୦୭ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.