ପୁଣି ଚିହ୍ନଟ ହେଲେ ୪ କରୋନା ସଂକ୍ରମିତ, ରାଜ୍ୟରେ ମୋଟ୍‌ କୋଭିଡ୍‌-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି

Published By : Prameya-News7 Bureau | May 17, 2020 IST

ବଲାଙ୍ଗୀର୧୭|୫: ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ କରୋନା ସଂକ୍ରମିତ। ଏହି ୪ ଜଣ ସଂକ୍ରମିତ ପୁରୀରେ ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩୪ରେ ପହଁଚିଛି ।

ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ରାଜ୍ୟରେ ୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାଏଁ ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୦କୁ ବୃଦ୍ଧି ପାଇଛି। ପଜିଟିଭ ଚିହ୍ନଟଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଳାରୁ ୨୮ ବାଲେଶ୍ବର ଜିଲ୍ଳାରୁ ୧୭ ଗଞ୍ଜାମ ଜିଲ୍ଲାରୁ ୧୫, କଟକ ଜିଲ୍ଲା ୧୨, ପୁରୀ ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩, ବଲାଙ୍ଗିରୀ ୪, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି।

କରୋନା ମହାମାରୀ ଆଜି ଗଞ୍ଜାମରେ ଆଉ ଜଣଙ୍କ ଜୀବନ ନେଇଛି। ଏଯାଏଁ ରାଜ୍ୟରେ କୋରନା ମହାମାରୀରେ ମୃତ୍ୟୁ ସଂଖ୍ୟା ୪କୁ ଛୁଇଁଛି। ଗତ ୨୪ ଘଣ୍ଟାରେ ଆଉ ୨୪ ଜଣ ସୁସ୍ଥ ହେବାପରେ ରାଜ୍ୟରେ ମୋଟ ୨୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୧୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.