Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ବଚନ ପରିବାରର ୪ କରୋନା ପଜିଟିଭ୍‌: ହୋମ୍‌ ଆଇସୋଲେସନରେ ରହିବେ ଐଶ୍ବର୍ଯ୍ୟା ଏବଂ ଆରାଧ୍ୟା

12/07/2020 at 7:49 PM

ମୁମ୍ବାଇ୧୨/୭: ଅମିତାଭ ବଚନ ଏବଂ ଅଭିଷେକ ବଚନଙ୍କ ପରେ ପରେ ଆଜି ଐଶ୍ବରୟା ରାୟ ବଚନ ଏବଂ ଝିଅ ଆରାଧ୍ୟା ବଚନ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଦ୍ବତୀୟ ଥର ପରୀକ୍ଷା ପରେ ଉଭୟ କୋଭିଡ ପଜିଟିଭ୍‌ ଥିବା ଜଣାଯାଇଥିଲା। ତେବେ ଅମିତାଙ୍କ ପତ୍ନୀ ଜୟା ବଚନ ଏବଂ ଝିଅ ଶ୍ବେତା ନନ୍ଦା କରୋନା ନେଗେଟିଭ୍‌ ଅଛନ୍ତି । ଏଥିସହିତ ବିଏମସି ଅମିତାଙ୍କ ୪ଟି ଘର ସିଲ୍‌ କରିବା ସହିତ ସେସବୁକୁ ସାନିଟାଇଜ୍‌ କରିଛି। ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।  ତାଙ୍କ ଘର ଆଗରେ ପୋଷ୍ଟର ଲଗାଇଛି

ପରିବାରରରେ ୪ ଜଣ କରୋନା ପଜିଟିଭ୍‌। ଅମିତାଭ ବଚନ ଅଭିଷେକ ବଚନଙ୍କ ପରେ ଐଶ୍ବରୟା ରାୟ ବଚନ ଏବଂ ଆରାଧ୍ୟା ବଚନ କୋଭିଡ ପଜିଟିଭ୍‌ ଆସିଛନ୍ତି । ପୂର୍ବରୁ କୁହାଯାଇଥିଲା ଯେ ଐଶ୍ବରୟା ଏବଂ ଆରାଧ୍ୟଙ୍କ କରୋନା ନେଗେଟିଭ୍‌ ଆସିଛି। ମୁମ୍ବାଇ ମେୟର କିଶୋରୀ ପେଡନେକର ସୂଚନା ଦେଇଥିଲେ। କିନ୍ତୁ ପରେ ପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ୍‌ ସୂଚନା ଦେଇଥିଲେ ଯେ ଐଶ୍ବର୍ଯ୍ୟା ଏବଂ ତାଙ୍କ ଝିଅଙ୍କର ଆଣ୍ଟିବଡି ଟେଷ୍ଟରେ ନେଗେଟିଭ୍‌ ଆସିଥିଲା କିନ୍ତୁ ତାଙ୍କର ଦ୍ବିତୀୟ ଟେଷ୍ଟରେ ସେ କରୋନା ପଜିଟିଭ୍‌ ଆସିଛନ୍ତି। ଉଭୟ ଆସିମଟୋଟିକ୍‌ ଅଛନ୍ତି। ତେଣୁ ବର୍ତ୍ତମାନ ପାଇଁ ଐଶ୍ବର୍ଯ୍ୟା ଏବଂ ଆରାଧ୍ୟା ହୋମ୍‌ ଆଇସୋଲେସନରେ ରହିବେ। ମୁମ୍ବାଇରେ ଥିବା ଅମିତାଭଙ୍କ ୪ଟି ଘର ଜାଲସା, ପ୍ରତୀକ୍ଷା, ଜନକ ବତ୍ସାକୁ ସିଲ୍‌ କରାଯିବା ସହିତ ସେସବୁକୁ ସାନିଟାଇଜ୍‌ କରାଯାଉଛି ।ତେବେ ଐଶ୍ବର୍ଯ୍ୟା ଏବଂ ଆରାଧ୍ୟ ଏବେ ଜଲ୍‌ସାରେ ହୋମ୍‌ ଆଇସୋଲେସନରେ ରହିବେ ବୋଲି ସୂଚନା ମିଳିଛି।  

ସେପଟେ ଅମିତାଭଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କର ପ୍ରଶଂସକମାନେ ଆରମ୍ଭ କରିଛନ୍ତି ଯଜ୍ଞ। ସେହିପରି ପୁରୀରେ ସ୍ୟାଣ୍ଡ ଆର୍ଟିଷ୍ଟ ମାନସ ସାହୁ ମଧ୍ୟ ଅମିତାଭଙ୍କ ଆରୋଗ୍ୟ କାମନା କରି ଏକ ସ୍ୟାଣ୍ଡ ଆର୍ଟ କରିଛନ୍ତି। ଅମିତାଭଙ୍କ ଆରୋଗ୍ୟ କାମନା କରି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି।

ଗତକାଲି ଅମିତାଭ୍‌ କରୋନା ପଜିଟିଭ୍‌ ନେଇ ନିଜେ ଟ୍ବିଟ କରି ଜଣାଇବା ପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି ଅଭିଷେକ ମଧ୍ୟ ସେହି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିଷେକ ଯେଉଁ ଷ୍ଟୁଡିଓକୁ ଯାଇଥିଲେ ଡବିଂ ପାଇଁ ସେଠାରେ ମଧ୍ୟ ସାନିଟାଇଜ କରାଯାଇଛି। ହସ୍ପିଟାଲରେ ଥିବା ଅବସ୍ଥାରେ ଅମିତାଭଙ୍କ ଏକ ଭିଡିଓ ମଧ୍ୟ ଆସିଛି।

ସେପଟେ ଅନୁପମ ଖେରଙ୍କ ପରିବାର। କରୋନା ଆକ୍ରାନ୍ତ ହେଲେ ଅନୁପମ ଖେରଙ୍କ ମା’ ଏବଂ ଭାଇ-ଭାଉଜ। ଚିକିତ୍ସା ପାଇଁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ବଲିଉଡ଼ର ଅନ୍ୟ କିଛି ସଦସ୍ୟ ଏବେ ହୋମ ଆଇସୋଲେସନରେ ଅଛନ୍ତି। କରନ ଜୋହର ରେଖା, ଜାହ୍ନଭୀ କପୁର, ଜାଭେଦ ଅଖତାର ଏବଂ ରେଖାଙ୍କ ଷ୍ଟାଫ କୋଭିଡ ପଜିଟିଭ୍‌ ଆସିଥିବାରୁ ସେମାନଙ୍କ ପାଇଁ ସତର୍କତା ବଢ଼ିଯାଇଛି।

   Related Posts