Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପୋଖରୀରେ ବୁଡି ୪ ଶିଶୁ ମୃତ, ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ସମସ୍ତଙ୍କର ଜୀବନ

10/07/2021 at 9:59 AM

ଜୟପୁର, ୧୦/୦୭:  ପୋଖରୀରେ ବୁଡିଗଲେ ୪ ଶିଶୁ । ଜଣଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରେ ଗୋଟିଏ ଜୀବନ ହାରିଲେ ଆଇ ୩ ଶିଶୁ । ଏପରି ହୃଦୟ ବିଦାରକ ଘଟଣା ଘଟିଛି ରାଜସ୍ଥାନର କରୋଲୀର ଦେବୀ ଥାନା ଅନ୍ତର୍ଗତ ମନୋହରପୁର ଅଞ୍ଚଳରେ ।

ସୂଚନା ଅନୁସାରେ, ଲବକେଶ, ଶିବକେଶ, ପୂଜା ଓ କାଜଲ ନାମକ ୪ ଶିଶୁ ଗାଁରେ ଥିବା ଏକ କ୍ରସର ନିକଟରୁ ସେମାନେ ଛେଳି ଚଲାଇ ନେଇଥିଲେ । କ୍ରସରରେ ବର୍ଷା ଋତୁ ପାଇଁ ପାଣି ଭରି ହୋଇ ରହିଥିଲା । ଏହି ସମୟରେ ଜଣେ ଶିଶୁ ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିଲେ । ହଠାତ ଗୋଡ ଖସିଯିବାରୁ ସେ ବୁଡିବାକୁ ଲାଗିଥିଲେ । ଏହା ଦେଖି ଅନ୍ୟ ୩ଜଣ ତାଙ୍କୁ ରକ୍ଷା କରିବାକୁ ପାଣିକୁ ଡେଇଁଥିଲେ । କିନ୍ତୁ ଆଉ ବାହାରି ପାରିନଥିଲେ । ସମସ୍ତେ ବୁଡି ପ୍ରାଣ ହରାଇଥିଲେ । ଘଟଣା ପରେ ଗାଁରେ ଶୋକର ଲହରୀ ଖେଳିଯାଇଛି ।

ଖବର ପାଇ ଏସଡିଏମ ଦେବେନ୍ଦ୍ର ପରମାର, ଡିଏସପି ମହାବୀର ସିଂଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଚିଥିଲେ । ପୋଲିସର କହିବାନୁସାରେ, ସମସ୍ତ ମୃତଦେହକୁ ଶନିବାର ସକାଳେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଘଟଣ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

ଅଶୋକ ଗେହଲଟ କହିଛନ୍ତି ଯେ, ପାଣିରେ ବୁଡି ୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଯାହା ଅତି ହୃଦୟବିଦାରକ ଓ ଦୁର୍ଭାଗ୍ୟପୂର୍ଣ୍ଣ । ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି ।

   Related Posts