ଢେଙ୍କାନାଳ ୧/୬: ପୋଖରିରେ ବୁଡି ୪ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣାଟି ଘଟିଛି ଢେଙ୍କାନାଳ ଗୋବିନ୍ଦପୁର ବାରବାଙ୍କ ଶବର ସାହିରେ।
ମୃତକ ହେଲେ ପ୍ରୀତି ଦେହୁରି, ତୃପ୍ତି ଦେହୁରି, ରାଜେଶ ଦେହୁରି, ନିହାର ଦେହୁରି। ସମସ୍ତେ ଗୋଟିଏ ପରିବାରର। ସେମାନେ ପୋଖରୀରେ ଗାଧୋଇବାକୁ ଯାଇ ବୁଡ଼ି ଯାଇଛନ୍ତି।ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି।