Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଛଟ୍‌ ପୂଜାରେ ଗାଧୋଇ ଯିବା ହେଲା କାଳ, ନଦୀରେ ବୁଡ଼ିଗଲେ ୪ ଶିଶୁ, ଉଦ୍ଧାର ହେଲା ମୃତଦେହ

9/11/2021 at 3:14 PM

ଗିରିଡିହ, ୦୯/୧୧: ଝାଡ଼ଖଣ୍ଡର ଗିରିଡିହରେ ଛଟ୍‌ ମହାପର୍ବରେ ଏକ ଅଭାବନୀୟ ଘଟଣା ଘଟିଛି । ଗିରିଡିହର ମଙ୍ଗରୋଡିହରେ ନଦୀକୁ ଗାଧୋଇ ଯାଇଥିବା ୪ ଶିଶୁଙ୍କର ବୁଡ଼ି ଯାଇ ମୃତ୍ୟୁ ହୋଇଛି । ଏହି ଶିଶୁମାନେ ବୁଡ଼ିଯିବା ଖବର ଶୁଣି ଗ୍ରାମବାସୀ ସଙ୍ଗେ ସଙ୍ଗେ ନଦୀ ପାଖକୁ ଦଉଡ଼ି ଯାଇଥିଲେ ଏବଂ ପୋଲିସ୍‌ –ପ୍ରଶାସନଙ୍କୁ ମଧ୍ୟ ଜଣାଇ ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ , ମୃତ ଶିଶୁମାନଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ପୁଅ ରହିଛି । ଏହି ଘଟଣା ମଙ୍ଗଳବାର ୧୧.୩୦ରେ ଘଟିଛି । ସୂଚନା ମିଳିବା ପରେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା । ମଙ୍ଗରୋଡିହ ଗ୍ରାମରେ ଛଟ୍‌ ପୂଜା ପାଇଁ ମହିଳା ନଦୀରେ ସ୍ନାନ କରିବାକୁ ଯାଇଥିଲେ । ସେମାନଙ୍କ ସହିତ ଏହି ଶିଶୁମାନେ ମଧ୍ୟ ଯାଇଥିଲେ । ମହିଳାମାନେ ଗାଧୁଆ ସାରି ଘରୁ ଫେରିଥିଲେ । ହେଲେ ସେମାନଙ୍କର ଶିଶୁମାନଙ୍କ କଥା ମନେ ନଥିଲା । ଯେତେବେଳେ ସେମାନେ ଶିଶୁଙ୍କୁ ଖୋଜିଲେ ସେତେବେଳକୁ ଶିଶୁମାନେ ନଦୀ କୂଳରେ ନଥିଲେ ।

ଏହାପରେ ଗ୍ରାମର କିଛି ଲୋକ ନଦୀ ଭିତରେ ପଶି ଶିଶୁଙ୍କୁ ଖୋଜିବା ଆରମ୍ଭ କରିଥିଲେ । ନଦୀ ଭିତରୁ ଜଣ ଜଣକରି ୪ ଶିଶୁଙ୍କ ମୃତଦେହ ମିଳିଥିଲା । ସେମାନଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ସମ୍ପୂର୍ଣ୍ଣ ଗ୍ରାମରେ ଛଟ୍‌ ପୂଜା ଶୋକରେ ବଦଳି ଯାଇଥିଲା । ପୋଲିସ୍‌ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।  

   Related Posts