Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କାଳ ସାଜିଲା ହୋଲି ଖେଳ, ପୋଖରୀରେ ବୁଡି ୪ ମୃତ

10/03/2020 at 5:05 PM

କୋଲକାତା ୧୦।୦୩ ୩ : ସମଗ୍ର ଭାରତରେ ଆଜି ଧୂମଧାମ ସହକାରେ ହୋଲି ପର୍ବ ପାଳନ କରାଯାଇଛି। ମାତ୍ର ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ବଡ ଅଘଟଣ ଘଟିଛି। ହୋଲି ଖେଳ କାଳ ସାଜିଛି। ଦୋଳ ଯାତ୍ରାରେ ହୋଲି ଖେଳି ସାରିବା ପରେ ପୋଖରୀକୁ ଗାଧୋଇବାକୁ ୪ ନାବାଳକ ବୁଡି ପ୍ରାଣ ହରାଇଛନ୍ତି। ଏନେଇ ପୋଲିସ ମଙ୍ଗଳବାର ସୂଚନା ଦେଇଛି।

ମୃତକ  ନାବାଳକଙ୍କ ମଧ୍ୟରେ ୯ ଓ ୧୩ ବର୍ଷ ବୟସର ଭାଇ-ଭଉଣୀ ସାମିଲ। ଏହି ଘଟଣା ନଦିଆ ଜିଲ୍ଲାର ତାହେରପୁର ଥାନା ଅନ୍ତର୍ଗତ ଦଙ୍ଗା ଗାଁରେ ଘଟିଛି। ସୋମବାର ଦୋଳ ଯାତ୍ରା ଖେଳି ସାରିବା ପରେ ଚାରି ଜଣ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଭାରସ୍ୟାମ ହରାଇ ସମସ୍ତେ ପାଣିରେ ବୁଡି ପ୍ରାଣ  ହରାଇଥିବା ପୋଲିସ୍ କହିଛି।

ପୋଲିସ୍ କହିଛି ଯେ, ଚାରି ଜଣଙ୍କ ସହିତ ଅନ୍ୟ ଦୁଇ ଜଣ ପିଲା ମଧ୍ୟ ପୋଖରୀକୁ ଯାଇଥିଲେ। ମାତ୍ର ସେମାନେ ପାଣିକୁ ଓହ୍ଲାଇନଥିଲେ। ସ୍ଥାନୀୟ ଲୋକେ ଏହି ଘଟଣା ବିଷୟରେ ଥାନାରେ ସୂଚନା ଦେଇଥିଲେ। ଗାଁ ଲୋକେ ଚାରି ଜଣଙ୍କୁ ପୋଖରୀରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ, ମାତ୍ର ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଚାରି ଜଣଙ୍କ ନାମ ସନି ପ୍ରାମନିକ, ତାଙ୍କ ଭଉଣୀ ସ୍ନେହା ପ୍ରାମନିକ, ସଭାଜିତ ହଲଦର ଓ ରାକ୍ଷୀ ହଲଦର।

   Related Posts