Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଦୀପାବଳି ପାଇଁ ଘର ଲିପିବାକୁ ଆଣିବାକୁ ଯାଇଥିଲେ ମାଟି: ଡ୍ରେନ୍ କାନ୍ଥ ପଡି ଚାଲିଗଲା ୪ ଶିଶୁଙ୍କ ଜୀବନ, ୨ ଗୁରୁତର

9/11/2020 at 1:55 PM

ଭୋପାଲ ୦୯/୧୧ : ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲର ନିକଟସ୍ଥ ଷ୍ଟେସନ ସୁଖୀ ସେବାନିୟ ଅଞ୍ଚଳରେ ଏକ ବଡ ଦୁର୍ଘଟଣା ହୋଇଛି। ଡ୍ରେନ କାନ୍ଥ ପଡି ୪ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହି ଶିଶୁମାନେ ଦୀପାବଳି ପାଇଁ ଘର ଲିପିବାକୁ ମାଟି ଆଣିବାକୁ ଯାଇଥିଲେ। ମାଟି ଆଣିବାକୁ ଯାଇଥିବାବେଳେ ଦୁର୍ଘଟଣା ଘଟିଛି। ଦୀପାବଳି ପାଇଁ ମାଟି ଆଣିବାକୁ ଯାଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ନିରୀହ ଶିଶୁ। ୪ ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ରହିଛି। ମୃତ ଶିଶୁମାନଙ୍କ ବୟସ ୭ ରୁ ୧୨ ବର୍ଷ ମଧ୍ୟରେ। ସୁଖୀ ସେବାନିୟ ନିକଟସ୍ଥ ବରଖେଡି ଗାଁରେ ଏହି ଘଟଣା ଘଟିଛି। ମାଟି ଖୋଳୁଥିବା ସମୟରେ ଡ୍ରେନ କାନ୍ଥ ପଡିଯିବାରୁ ୬ ଶିଶୁ ମାଟିରେ ଚାପି ହୋଇଗଲେ। ଅଣନିଶ୍ୱାସୀ ହୋଇ ଘଟଣାସ୍ଥଳରେ ହିଁ ୪ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଆଉ ୨ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ୨ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତ ଶିଶୁ ହେଲେ ୧୦ ବର୍ଷର ମନୋଜ ସିସୋଡ଼ିଆ, ୧୨ ବର୍ଷୀୟ କବିତା ବାଇ, ୭ ବର୍ଷୀୟ ଆଶା ଓ ୧୨ ବର୍ଷୀୟ ଗୁଲ୍ଲୁ। ଆହତ ଦୁଇ ଶିଶୁ ହେଲେ ବିକ୍ରମ ଓ ରୋହିତ। ଉଭୟଙ୍କ ବୟସ ୭ ବର୍ଷ। ସମସ୍ତଙ୍କ ଘର ସୁଖୀ ସେବାନିୟରେ।

   Related Posts