‘ୱାର୍କ ଫ୍ରମ ହୋମ’ ନାମରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ, ମହିଳାଙ୍କ ସମେତ ୪ ଗିରଫ, ମୋବାଇଲ ଫୋନ ଓ ବ୍ୟାଙ୍କ ପାସବୁକ୍ ଜବତ

Published By : Prameya-News7 Bureau | November 28, 2021 IST

ନୂଆଦିଲ୍ଲୀ ୨୮।୧୧: ଦେଶରେ ୱାର୍କ ଫ୍ରମ ହୋମ ନାମରେ ବେରୋଜଗାର ଯୁବକ ଯୁବତୀଙ୍କୁ ଫସାଇ ସେମାନଙ୍କ ଠାରୁ ଟଙ୍କା ଲୁଟୁଥିବା ଏକ ଗ୍ୟଙ୍ଗ ଦିଲ୍ଲୀ ପୋଲିସ ହାତରେ ଫଶି ଯାଇଛି। ଏହି ଗ୍ୟାଙ୍ଗରେ ଜଣେ ମହିଳାଙ୍କ ସମେତ ମୋଟ ୪ ଜଣ କାମ କରୁଥିଲେ। ସେମାନଙ୍କ ଠାରୁ ୪ଟି ମୋବାଇଲ ଫୋନ ଓ ବ୍ୟାଙ୍କ ପାସ୍ ବୁକ୍ ଜବତ କରାଯାଇଛି। ଘରେ ରହି କମ୍ପ୍ୟୁଟରରେ କାମ କରି ଆକର୍ଷକ ରୋଜଗାରର ଏମାନେ ଲୋଭ ଦେଖାଉଥିଲେ।

{"id":551309,"width":842,"height":632,"sizeSlug":"full","linkDestination":"none"}

ପୋଲିସ ସୂଚନା ଅନୁସାରେ ଗିରଫ ୪ ଜଣ ହେଲେ ଆର.କୁମାର, ଏମ.ସିଂହ, ଟି,. କୁମାର ଓ ଜଣେ ମହିଳା। ଏମାନେ ବିଭିନ୍ନ ହ୍ୱାଟସ୍‌ଆପ ଗ୍ରୁପ ଓ ଫେସବୁକ୍‌ରେ ୱାର୍କଫ୍ରମ ହୋମର ଲୋଭନୀୟ ଅଫର ଦେଉଥିଲେ। ଏଥିରେ ଫଶି ସେମାନଙ୍କ ସମ୍ପର୍କରେ ଆସୁଥିବା ଲୋକଙ୍କୁ ୱାର୍କଫ୍ରମ ହୋମ କାମ ତ ଦେଉଥିଲେ ତେବେ ଏଥିପାଇଁ ସର୍ତ୍ତ ରଖୁଥିଲେ। ଦୈନିକ ଯେତିକି କାମ ଦିଆଯିବ ସେତକ ନିଶ୍ଚିତ ଶେଷ କରିବାକୁ କହୁଥିଲେ। ଏତେ ପରିମାଣରେ କାମ ଦେଉଥିଲେ ଯେ ଲୋକେ ଦିନେ କଣ କେତେ ଦିନରେ ବି ସାରି ପାରୁନଥିଲେ। ଏଥିରେ ଟାର୍ଗେଟ ଆଚିଭ ନ ହେବାରୁ ସେମାନଙ୍କଠାରୁ ପେନାଲ୍ଟି ଆଦାୟ କରୁଥିଲେ।

{"id":551317,"sizeSlug":"full","linkDestination":"none"}

ଲୋକଙ୍କୁ ସିଧାସିଧା କାମ ନ କରିପାରିବାରୁ ସେ ବାବଦ କ୍ଷତି ଭରଣା କରିଦେବାକୁ କହୁଥିଲେ। ଯିଏ ଏଥିରେ ସେମାନଙ୍କ ସହ ତର୍କ କରୁଥିଲେ ତାଙ୍କୁ ଆଇନ କାନୁନର ଧମକ ଦେଉଥିଲେ। ଏଥିରେ ଲୋକେ ଡରିମରି ସେମାନଙ୍କୁ ପେନାଲ୍ଟି ଦେଉଥିଲେ। ଏ ବାବଦେ ସେମାନେ ଲୋକଙ୍କଠୁ ଢେର ଟଙ୍କା ଆଦାୟ କରୁଥିଲେ। ଏଥିଲାଗି ଠକମାନେ ଦି ରିଜ୍ୟୁମ ସର୍ଚ୍ଚ ଡଟକମ, ରଦୱ ସର୍ଚନେଟ୍ ଡଟ୍ ଇନ, ରିଜ୍ୟୁମ ଟୁ ଫିଲ ଡଟକମ୍‌ ଆଦି ୱେବସାଇଟ୍ ଚଳାଇଥିଲେ। ତେବେ ଏମାନେ କେବଳ ଦିଲ୍ଲୀ ନୁହେଁ ସାରା ଦେଶରୁ କୋଟି କୋଟି ଟଙ୍କା ଠକିଥିବାର ପୋଲିସ ସନ୍ଦେହ କରୁଛି। ମାମଲାରେ ଏପର୍ଯ୍ୟନ୍ତ ୬୦ଟି ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.