ମୁହାଁମୁହିଁ ହେଲେ ଦୁଇ ଓକିଲ ଗୋଷ୍ଠୀ, ରଣକ୍ଷେତ୍ର ପାଲଟିଲା ହାଇକୋର୍ଟ ପରିସର : ଲାଲବାଗ ଥାନାରେ୪ଟି ମାମଲା ରୁଜୁ

Published By : Prameya-News7 Bureau | October 29, 2018 IST

କଟକ ୨୯|୧୦: ଦୁଇ ଆଇନଜୀବୀ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆନ୍ଦୋଳନରତ ଆଇନଜୀବୀମାନେ ଆଡଭୋକେଟ୍‌ ଜେନେରାଲଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ସହ ସେମାନଙ୍କୁ ଉଠାଇ ନେଇ ଏକ କୋଠରୀରେ ବନ୍ଦ କରିଦେଇଥିବାର ଅଭିଯୋଗ ହୋଇଛି । ସେହିଭଳି ବିଜେଡି ଲିଗାଲ ଫ୍ରଣ୍ଟ ବାହାନାରେ କିଛି ଅସାମାଜିକ ଯୁବକ ହାଇକୋର୍ଟ ପରିସର ପସି ଗଣ୍ଡଗୋଳ କରିଥିବା ବେଳେ ସେମାନଙ୍କୁ କିଛି ଓକିଲ କାବୁ କରି ମାଡ଼ମାରିଥିବା କୁହାଯାଉଛି । ରଣକ୍ଷେତ୍ର ପାଲଟିଲା ହାଇକୋର୍ଟ ପରିସର । ମୁହାଁମୁହିଁ ହେଲେ ଦୁଇ ଓକିଲ ଗୋଷ୍ଠୀ । ଏଜିଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ମାଡ଼ ଅଭିଯୋଗ । ଓକିଲ ଗଣ୍ଡଗୋଳ ସମୟରେ ଆଡଭୋକେଟ୍‌ ଜେନେରାଲଙ୍କୁ ଏସକର୍ଟରେ କୋର୍ଟ ପରିସରକୁ ନେଇ ତାଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମୀ । ହେଲେ ଦୁଇ ସୁରକ୍ଷାକର୍ମୀ ଆନ୍ଦୋଳନରତ ଓକିଲଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦେଇଛନ୍ତି ଆଡଭୋକେଟ୍‌ ଜେନେରାଲଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ । ସେପଟେ ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟମାନେ କୋର୍ଟ ପରିସରକୁ ପ୍ରବେଶ କରିବା ପାଇଁ ପ୍ରୟାସ କରୁଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଆନ୍ଦୋଳନକାରୀ ଓକିଲମାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଦୁର୍ବୃତ୍ତଙ୍କୁ କାବୁ କରିବା ସହ କୋର୍ଟରେ ବିଚାରପତିଙ୍କ ପାଖରେ ହାଜର କରାଇବା ପରେ ପୋଲିସ ଜିମା ଦେଇଛନ୍ତି ଆନ୍ଦୋଳନକାରୀ ଓକିଲ । ଦୁଇ ଓକିଲ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳକୁ ନେଇ ଅପହରଣ, ମାଡ଼ ମାରିବା ଓ ଧମକ ଚମକ ଦେବା ଅଭିଯୋଗ ନେଇ କଟକ ଲାଲବାଗ ଥାନାରେ୪ଟି ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.