ରାଜ୍ୟସଭା ପାଇଁ ୪ ବିଜେଡି ପ୍ରାର୍ଥୀ, ଆସନ୍ତୁ ଜାଣିବା କିଏ କ’ଣ ଏବଂ ସେମାନଙ୍କ ପ୍ରତିକ୍ରିୟା କିପରି

Published By : Prameya-News7 Bureau | March 07, 2020 IST

ଭୁବନେଶ୍ୱର ୭।୩: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ଷ୍ଟାଇଲରେ ଆଉ ଏକ ସରପ୍ରାଇଜ୍ ଦେଇଛନ୍ତି। ଗଣମାଧ୍ୟମର ଆକଳନ ଓ ଅନୁମାନ ପୁରା ଓଲଟପାଲଟ। ବିଜେଡିର ରାଜ୍ୟସଭା  ପ୍ରାର୍ଥୀଘୋଷଣାକୁ ନେଇ ଆମେ କହୁଛୁ ଏପରି କଥା। ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନବୀନ ପଟ୍ଟନାୟକ ପୁଣିଥରେ ଏକ ଆଲୋଚନାର ଖୋରାକ୍ ଦେଇଛନ୍ତି। ଚର୍ଚ୍ଚାରେ ଥିବା କୌଣସି ନେତାଙ୍କୁ ରାଜ୍ୟସଭା ଟିକେଟ୍ ମିଳିନଥିବା ବେଳେ ଦଳ ତାର ଷ୍ଟାଣ୍ଡ ପରାଜିତ ପ୍ରାର୍ଥୀଙ୍କୁ ଟିକଟ୍ ନାହିଁ ନୀତିକୁ ସୁରକ୍ଷିତ ରଖିଛି।

{"id":234357,"width":587,"height":449,"sizeSlug":"large"}

ବିଜେଡି ସୁପ୍ରିମୋଙ୍କ ଘୋଷଣା ଅନୁଯାୟୀ ମାର୍ଚ୍ଚ ୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ  ସୁବାସ ସିଂହ, ମୁନ୍ନା ଖାଁ, ମମତା ମହାନ୍ତ ଓ ସୁଜିତ କୁମାରଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି। ତେବେ ଆସନ୍ତୁ ଜାଣିବା ଶାସକ ଦଳର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପର୍କରେ।

{"id":234360,"width":581,"height":537,"sizeSlug":"large"}

୧-ସୁବାସ ସିଂହ
ଶ୍ରମିକ ନେତା ସୁବାସ ସିଂହ ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦ (ଓସିଡବ୍ଲୁଡବ୍ଲୁବି)ର ଚେୟାରମ୍ୟାନ ଥିବା ବେଳେ ଶ୍ରମିକ ଓ ଶ୍ରମିକ ସଙ୍ଗଠନର କଲ୍ୟାଣ ଲାଗି ଅନେକ କାର୍ଯ୍ୟ କରିଛନ୍ତି। ସେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନେତୃତ୍ୱ ବି ନେଉଥିଲେ। ଦଳ ପକ୍ଷରୁ ତାଙ୍କୁ ଏବେ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି।

{"id":234361,"width":581,"height":475,"sizeSlug":"large"}

୨-ମୁନ୍ନା ଖାଁ
ବିଜେଡି ସଂଖ୍ୟାଲଘୁ ନେତା ଭାବେ ମୁନ୍ନା ଖାଁ ବେସ୍ ପରିଚିତ। ଚଳଚିତ୍ର ଅଭିନେତାରୁ ରାଜନୀତିରେ ପ୍ରବେଶ କରିଥିବା ମୁନ୍ନା ଖାଁ ବିଜେଡିର କେବଳ ସଂଖ୍ୟାଲଘୁ  ମୁହଁ ନୁହନ୍ତି ସଂଖ୍ୟାଲଘୁ ବ୍ୟାପାର ପରାମର୍ଶଦାତା ମଧ୍ୟ। ଜଣେ ସମାଜ ସେବୀ ଭାବେ ମଧ୍ୟ ମୁନ୍ନା ଖାନ ବେଶ୍ ଜଣାସୁଣା।

{"id":234362,"width":578,"height":578,"sizeSlug":"large"}

୩-ସୁଜିତ କୁମାର
ସ୍ପେସାଲ ଡେଭଲପମେଣ୍ଟ କାଉନସିଲ(ଏସଡିସି) ପରାମର୍ଶଦାତା ସୁଜିତ ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏ ଉତୀର୍ଣ୍ଣ ହୋଇଥିବା ବେଳେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନେଷ୍ଟ୍ରେସନରେ ସ୍ନାତକୋତ୍ତର ଉତୀର୍ଣ୍ଣ ହୋଇଛନ୍ତି। ସେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ବିଜୁ ଜନତା ଦଳର ସାଙ୍ଗଠନିକ ଦାୟିତ୍ୱା ତୁଲାନ୍ତି।

{"id":234363,"sizeSlug":"large"}

୪-ଶ୍ରୀମତୀ ମମତା ମହାନ୍ତ
ବିଜୁ ମହିଳା ଶାଖାର ସଦସ୍ୟା ମମତା ମହାନ୍ତ ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ସହ ସମ୍ପୃକ୍ତ। ଜିଲ୍ଲାରେ ମହିଳା ସଶକ୍ତିକରଣ ଓ ସେଲ୍ଫ ହେଲ୍ପ ଗୃପ୍ ସ୍ଥାପନା ଓ ସଫଳ ପରିଚାଳନାରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ।

ତେବେ ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଆସନ୍ତୁ ଜାଣିବା ଏମାନଙ୍କର କ’ଣ ରହିଛି ପ୍ରତିକ୍ରିୟା।
ଦଳପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବାରୁ ସୁବାସ ସିଂହ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ଦେଶ୍ୟରେ ରାଜ୍ୟସଭା ପଠାଉଛନ୍ତି ତାହା ସେ ସୁଚାରୁ ରୂପେ ନିର୍ବାହ କରିବେ ବୋଲି କହିଚନ୍ତି।

ସେହିପରି ମୁନ୍ନା ଖାଁ ତାଙ୍କୁ ପରିଶ୍ରମର ଫଳ ମିଳିଥିବାର କହିଛନ୍ତି। ତାଙ୍କୁ ଦଳ ପକ୍ଷରୁ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ବିଜେଡି ପକ୍ଷରୁ ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବାରେ ସେ ବିସ୍ମିତ ହୋଇଛନ୍ତି। ତେ ଦଳପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.