ଅପମିଶ୍ରିତ ତେଲ ଏବଂ ବେଆଇନ ମିକ୍ସଚର ଫ୍ୟାକ୍ଟ୍ରି ମାମଲାରେ ୪ ଜଣଙ୍କ ନାଁରେ କଣ୍ଟାବାଞ୍ଜି ଥାନାରେ ମାମଲା ରୁଜ୍ଜୁ, ବରିଷ୍ଠ ଆଇଏଏସ ଅଧିକାରୀଙ୍କ ବାପା ମଧ୍ୟ ସାମିଲ
17/01/2021 at 5:41 PM

ବଲାଙ୍ଗୀର ୧୭/୦୧ :ଅପମିଶ୍ରିତ ତେଲ ଏବଂ ବେଆଇନ ଭାବେ ତିଆରି ହେଉଥିବା ମିକ୍ସଚର ଫେକ୍ଟରୀ ଉପରେ ବଲାଙ୍ଗୀର ଜିଲ୍ଲା ବାଣିଜ୍ୟ କର ବିଭାଗ ଏବଂ ଦ୍ରବ୍ୟ କର ସେବା ତରଫରୁ ଚଢାଉ ହୋଇଥିଲା । ଚଢାଉ ସମୟରେ ମିକ୍ସଚର ତିଆରି କରୁଥିବା ଜଣେ ବ୍ୟବସାୟିଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୪ ଜଣଙ୍କ ନାଁ ରେ କଣ୍ଟାବାଞ୍ଜି ଥାନାରେ ମାମଲା ରୁଜୁ । ୪ ଜଣଙ୍କ ମଧ୍ୟରେ ଜଣେ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ବାପାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।

କଣ୍ଟାବାଞ୍ଜି ସହର ବେଶ ଚର୍ଚିତ ସହର । କେତେବେଳେ ନକଲି ଔଷଧ କୁ ନେଇ ତ କେତେବେଳେ ନକଲି ମୋବଇଲ ତେଲ ତ ଆଉ କେତେବେଳେ ନକଲି ସ୍ୱେମ୍ପୁ କୁ ନେଇ । ଏବେ ପୁଣି ଚର୍ଚ୍ଚାରେ ଅପମିଶ୍ରିତ ତେଲ, ମସଲା, ମିକ୍ସଚର ତିଆରି କରୁଥିବା ଅଭିଯୋଗରେ ବଲାଙ୍ଗୀର ଖାଉଟି ବିଭାଗ ସ୍ଥାନୀୟ ପୋଲିସ ସହାୟତାରେ ଚଢାଉ କରିଥିଲା ।

ଚଢାଉ ସମୟରେ ବ୍ୟବସାୟୀଙ୍କ ପାଖରେ କୌଣସି କାଗଜ ପତ୍ର ନଥିବା ବେଳେ ୫ ଜଣଙ୍କ ନାଁରେ କଣ୍ଟାବାଞ୍ଜି ଥାନାରେ ମାମଲା ରୁଜୁ କରିଛି । ଏହି ୫ ଜଣଙ୍କ ମଧ୍ୟରୁ ବେଆଇନ ଭାବେ ମିକଚର ତିଆରି କରୁଥିବା ବ୍ୟବସାୟିଙ୍କୁ କୋର୍ଟ ଚାଲାଣ କରାଯାଇଛି, ଜାମିନ ନାମଞ୍ଜୁର ହେବ ଯୋଗୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

କଣ୍ଟାବାଞ୍ଜି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବିନୋଦ ଅଗ୍ରୱାଲଙ୍କ ମସଲା ଗୋଦାମରେ ମଧ୍ୟ ପୋଲିସ ଚଢାଉ କରିଥିଲା । ପୋଲିସ ଅପମିଶ୍ରିତ ମସଲା ଜବତ କଋ ଗୋଦାମ ସିଲ କରିବା ସହ ଅନେକ ନିୟମ ଉଲଂଘନ କରିବା ଅଭିଯୋଗରେ ବ୍ୟବସାୟୀ ବିନୋଦ ଅଗ୍ରୱାଲଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି ।

ତେବେ ବ୍ୟବସାୟୀ ବିନୋଦ ଅଗ୍ରୱାଲଙ୍କ ପୁଅ ଜଣେ ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଆଇଏଏସ ଅଧିକାରୀ । ଏବେ ସହରରେ ଗୋଟିଏ ଚର୍ଚା ଚାଲିଛି ଜଣେ ଆଇଏଏସ ଅଧିକାରୀଙ୍କ ବାପା କେମିତି ଆଇନ ଉଲଂଘନ କରି ଏଭଳି ବ୍ୟାପାର କରୁଥିଲେ ।

ପୋଲିସ ତାଙ୍କ ବାପାଙ୍କ ନାଁରେ କଣ୍ଟାବାଞ୍ଜି ଥାନା କେସ ନମ୍ବର ୧୨/୨୧ ରେ ଆଇପିସି ୪୨୦ , ୨୭୦ , ୨୭୯ ଧାରା ସହ ଖାଦ୍ୟ ସୁରକ୍ଷା ଆଇନ ଧାରା ୫୧, ୫୪, ୫୯, ୬୧, ୬୩ ରେ ମାମଲା ରୁଜୁ କରିଛି ପୋଲିସ ।