ଅପେକ୍ଷାର ଅନ୍ତ: ମାର୍ଚ୍ଚରେ ସିନେମାହଲରେ ରିଲିଜ୍ ହେବ ଏହି ୪ଟି ଫିଲ୍ମ

Published By : Prameya-News7 Bureau | March 03, 2021 IST

ମୁମ୍ବାଇ ୦୩/୦୩ : କରୋନା ମହାମାରୀ ଯୋଗୁଁ ସବୁ କାମ ଠପ୍ ହୋଇଯାଇଛି। ଗତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ଦେଶର ସବୁ ସିନେମାହଲ ବନ୍ଦ ରହିଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁ ସୁଟିଂ ବି ବନ୍ଦ ହୋଇଯାଇଥିଲା। ଫିଲ୍ମଗୁଡିକ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଇଥିଲା। କିନ୍ତୁ ନୂଆ ବର୍ଷ ନୂଆ ଆଶା ନେଇ ଆସିଛି। ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର ରହିଛି। ମାର୍ଚ୍ଚ ମାସରେ ସିନେମାହଲରେ ଫିଲ୍ମ ରିଲିଜ ହେବ। ମାର୍ଚ୍ଚ ମାସରେ ୪ଟି ଫିଲ୍ମ ରିଲିଜ ହେବାକୁ ଯାଉଛି। ଜନ ଆବ୍ରାହମଙ୍କ 'ମୁମ୍ବାଇ ସାଗା', ରାଜକୁମାର ରାଓ ଓ ଜାହ୍ନବୀ କପୁରଙ୍କ 'ରୁହି', ଅର୍ଜୁନ କପୁର ଓ ପରିଣୀତି ଚୋପ୍ରାଙ୍କ 'ସନ୍ଦୀପ ପିଙ୍କି ଫରାର' ଏବଂ 'ହାତୀ ମେରେ ସାଥି' ରିଲିଜ ହେବାକୁ ଯାଉଛି।

{"id":417270,"sizeSlug":"large","linkDestination":"none"}

ରାଜକୁମାର ରାଓ ଓ ଜାହ୍ନବୀ କପୁରଙ୍କ ଫିଲ୍ମ 'ରୁହି'ର ନିର୍ଦ୍ଦେଶନା ଦେଇଛନ୍ତି ଦୀନେଶ ଭିଜନ। ଫିଲ୍ମ ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହେବ। ଏହା ପୂର୍ବରୁ ରାଜକୁମାର ରାଓ ଦୀନେଶ ଭିଜନଙ୍କ କମେଡି ଫିଲ୍ମ 'ସ୍ତ୍ରୀ'ରେ କାମ କରିଥିଲେ।

{"id":417271,"sizeSlug":"large","linkDestination":"none"}

ଅର୍ଜୁନ କପୁର ଓ ପରିଣୀତି ଚୋପ୍ରାଙ୍କ 'ସନ୍ଦୀପ ପିଙ୍କି ଫରାର' ମାର୍ଚ୍ଚ ୧୯ ତାରିଖରେ ରିଲିଜ୍ ହେବ। ୟସରାଜ ବ୍ୟାନରର ଏହା ଚଳିତ ବର୍ଷର ପ୍ରଥମ ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିବାକର ବାନାର୍ଜୀ।

{"id":417272,"sizeSlug":"large","linkDestination":"none"}

ଜନ୍ ଆବ୍ରାହମ ଓ ଇମ୍ରାନ ହାସମୀଙ୍କ ଫିଲ୍ମ 'ମୁମ୍ବାଇ ସାଗା'ର ରିଲିଜ ତାରିଖ ମଧ୍ୟ ସାମ୍ନାକୁ ଆସିଛି | ଫିଲ୍ମ ମାର୍ଚ୍ଚ ୧୯ ତାରିଖରେ ସିନେମାହଲରେ ରିଲିଜ ହେବ। ରିଲିଜ୍ ତାରିଖ ସହ ନିର୍ମାତା ଫିଲ୍ମର ଟିଜର୍ ମଧ୍ୟ ଜାରି କରିଥିଲେ। ଇମ୍ରାନ ଓ ଜନ୍ ଏହି ଫିଲ୍ମରେ ଦମଦାର ଚରିତ୍ରରେ ନଜର ଆସିଛନ୍ତି।

{"id":417273,"sizeSlug":"large","linkDestination":"none"}

ସାଉଥ୍ ସୁପରଷ୍ଟାର୍ ରାଣା ଦୁଗ୍ଗାବତିଙ୍କ ଫିଲ୍ମ 'ହାତୀ ମେରେ ସାଥି' ମାର୍ଚ୍ଚ ୨୬ ତାରିଖରେ ସିନେମାହଲରେ ରିଲିଜ୍ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁ ସୋଲୋମନ। ଫିଲ୍ମ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ୍ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.