Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଜେଲରେ ବହୁ ରାତି କାଟିସାରିଛନ୍ତି ବଲିଉଡର ଏହି ୪ ଜଣ ଅଭିନେତ୍ରୀ, ଜଣେ ଧରାପଡିଥିଲେ ସେକ୍ସ ରାକେଟ

24/09/2019 at 4:25 PM

ମୁମ୍ବାଇ୨୪|୯: ବଲିଉଡରେ କେତେବେଳେ ଯେ କଣ ହୁଏ ତାହା କାହାକୁ ଜଣାନଥାଏ। ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁକିଛି ସମ୍ଭବ ଥାଏ। କେବେ ଅଭିନେତ୍ରୀ ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ଥାନ୍ତି ତ କେବେ ନିଜ ସୌନ୍ଦର୍ଯ୍ୟ ପାଇଁ, କେବେ ବ୍ୟକ୍ତିଗତ ଜୀବନ ପାଇଁ ତ କେବେ ଆଫାୟର ପାଇଁ। ସେମାନଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକ ଖୁବ ଋଚି ମଧ୍ୟ ରଖନ୍ତି। ତେବେ ବଲିଉଡ ଅଭିନେତାଙ୍କ ଜେଲ ଯିବା ବିଷୟରେ ତ ଶୁଣିଥିବେ ହେଲେ ଅଭିନେତ୍ରୀଙ୍କ ଜେଲ ଯିବା କଥା ସାଧାରଣତଃ ଲୋକେ ଜାଣିନଥିବେ। ତେବେ ଏମିତି ୪ ଜଣ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଜେଲ ଯାଇସାରିଛନ୍ତି।

ମମତା କୁଲକର୍ଣ୍ଣି–   ମମତା କୁଲକର୍ଣ୍ଣି ୯୦ଦଶକରେ ବଲିଉଡର ଜଣେ ହିଟ୍‌ ଅଭିନେତ୍ରୀ ।ସେ ବୋଲ୍ଡ ଓ ସୁନ୍ଦରୀ । ନିଜ କ୍ୟାରିଅରେ ଭଲ ଫିଲ୍ମ କରିବା ସହ ସେ ଅନେକ ବିବାଦର ମଧ୍ୟ ଶିକାର ହୋଇଥିଲେ। ପ୍ରଥମେ ମମତାଙ୍କ ଜଲୱା ଦେଖି ଅନେକ ଦର୍ଶକ ତାଙ୍କର ପ୍ରଶଂସା କରିଥିଲେ। କରନ ଅର୍ଜୁନ, ନସିବ ଓ ସବସେ ବଡା ଖିଲାଡି ଭଳି ବଲିଉଡ ଫିଲ୍ମରେ ମମତା ନଜର ଆସିସାରିଛନ୍ତି। ନିଜ ସ୍ବାମୀ ସହ ଡ୍ରଗ୍ସ କାରବାର କରୁଥିବା ବେଳେ ଧରା ପଡିଥିଲେ ମମତା। ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା।

ଶ୍ବେତା ବାସୁ ପ୍ରସାଦ- ଅଭିନେତ୍ରୀ ଶ୍ବେତାଙ୍କ ଜନ୍ମ ବିହାରର ଜମସେଦପୁରର ହୋଇଥିଲା। ୨୦୦୨ ମସିହା ଫିଲ୍ମ ମକଡିରେ ଅଭିନୟ କରି ସେ ନିଜ କ୍ୟାରିଅରର ଆରମ୍ଭ କରିଥିଲେ। ଏଥିରେ ତାଙ୍କ ଭୂମିକା ସମ୍ପୂର୍ଣ୍ଣ ଅଲଗା ଥିଲା ଯାହା ଦର୍ଶକ ବେଶ ପସନ୍ଦ କରିଥିଲେ। ଏହି ଫିଲ୍ମ ପାଇଁ ୨୦୦୨ ମସିହାରେ ତାଙ୍କୁ ସର୍ବଶ୍ରେଷ୍ଠ ଶିଶୁକଳାକାର ପାଇଁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଥିଲା।ହିନ୍ଦି ଫିଲ୍ମ ଇକବାଲରେ ମଧ୍ୟ ଅଭିନୟ କରିଛନ୍ତି। ହାଇଦ୍ରାବାଦରେ ଏକ ସେକ୍ସ ରାକେଟରେ ସାମିଲ ଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା।

ମଧୁବାଲା- ବରିଷ୍ଠ ଅଭିନେତ୍ରୀ ମଧୁବାଲା ମୁଗଲ-ଏ-ଆଜମ ଓ ମହଲ ଭଳି ଫିଲ୍ମରେ କାମ କରିଛନ୍ତି।ସୂଚନାଯୋଗ୍ୟ ଯେ, ମଧୁବାଲା ୧୯୫୭ ମସିହାରେ ଗୋଟେ ଫିଲ୍ମ ସାଇନ୍‌ କରିଥିଲେ। ଏଥିପାଇଁ ସେ ଆଡଭାନ୍ସ ଟଙ୍କା ନେଇଥିଲେ। ପରେ ସେ ଫିଲ୍ମ କରିନଥିଲେ ଓ ଟଙ୍କା ମଧ୍ୟ ଫେରାଇନଥିଲେ। ଏଥିପାଇଁ ଫିଲ୍ମ ପ୍ରଯୋଜକ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସେଥିପାଇଁ କିଛି ଦିନ ଲାଗି ତାଙ୍କୁ ଜେଲ ଯିବାକୁ ପଡିଥିଲା।

ସୋନାଲୀ ବେନ୍ଦ୍ରେ- ୯୦ ଦଶକରେ ନିଜ ଫିଗର ପାଇଁ ଚର୍ଚ୍ଚାରେ ରହୁଥିବା ସୋନାଲୀ ବେନ୍ଦ୍ରେ  ଆଜି ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି। ୨୦୦୮ ମସିହାରେ ଏକ ଫଟୋଶୁଟ୍‌ରେ ସେ ହଳଦିଆ ରଂଗର କୁର୍ତ୍ତା ପିନ୍ଧିଥିଲେ। ଏହି ପରିଧାନରେ ଓମ୍‌ ନମଃ ଶିବାୟ ଲେଖାଯାଇଥିଲା। ଏହି ଫଟୋ ଭାଇରାଲ ହେବା ପରେ କିଛି ଲୋକ ସୋନାଲୀଙ୍କ ବିରୋଧରେ ଧାର୍ମିକ ଭାବନାକୁ ଅସମ୍ମାନ  ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଓ ତାଙ୍କୁ ଜେଲ ଯିବାକୁ ପଡିଥିଲା।  

 

   Related Posts