ରାଜଧାନୀରେ ଗୋଟିଏ ଘରୁ ସ୍ୱାମୀ-ସ୍ତ୍ରୀ ଓ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦/୧୧ : ରାଜଧାନୀ ନୂଆଦିଲ୍ଲୀର ସମୟପୁର ବାଦଲି ଅଞ୍ଚଳର ସିରସପୁର ଗାଁର ଏକ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଅନୁଯାୟୀ ଘରୁ ମିଳିଥିବା ମୃତଦେହ ଗୋଟିଏ ପରିବାରର। ଏମାନଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ଦୁଇ ଶିଶୁ ଅଛନ୍ତି। ପରିବାରର ମୁଖ୍ୟ ଅର୍ଥାତ ସ୍ୱାମୀ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ମାମଲାର ତଦନ୍ତ କରୁଛି। ନମୁନା ସଂଗ୍ରହ କରିବାକୁ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚିଛି।

ପାରିବାରିକ କଳହ ଯୋଗୁଁ ଏହି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ପତ୍ନୀ ୨ ମାସ ହେଲା ଅଲଗା ରହୁଥିଲେ ବୋଲି କୁହାଯାଉଛି। ସେ ଦୁଇ ଦିନ ପୂର୍ବରୁ ହିଁ ଫେରିଥିଲେ ତାଙ୍କ ସ୍ୱାମୀ ଏକ କାରଖାନାରେ କାମ କରୁଥିଲେ। ଏଠାରେ ପରିବାର ଘର ଭଡା ନେଇ ରହୁଥିଲେ। ପଛପଟ କୋଠରୀରେ ଅମିତ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ ଓ ପିଲାଙ୍କୁ ବିଷ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଦୁଇ ଶିଶୁ ୬ ବର୍ଷର ବଂଶୀକା ଓ ୩ ବର୍ଷର କାର୍ତ୍ତିକର ଓଠ ନୀଳ ପଡିଯାଇଥିଲା। ସେଥିପାଇଁ ଏମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏବଂ ଏହାର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଛେଦ ପରେ ସତ ସାମ୍ନାକୁ ଆସିବ। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.