ଭୁବନେଶ୍ବରରୁ ୪ ବାଇକ୍ ଲୁଟେରା ଗିରଫ

Published By : Prameya-News7 Bureau | August 23, 2018 IST

ଭୁବନେଶ୍ବର ୨୩/୮: ଓକିଲ ବେଶରେ ଆସୁଥିଲେ । ଭଦ୍ରଲୋକ ଭଳି ବାଇକ୍ ଲୁଟି ନେଉଥିଲେ । ଟାର୍ଗେଟ୍ ଥିଲା କୋର୍ଟ ଏବଂ ତହସିଲ ଅଫିସ ପରିସର । ଭୁବନେଶ୍ବରରୁ ୪ ବାଇକ୍ ଲୁଟେରା ଗିରଫ ହେବା ପରେ ଫିଟିଛି ଏମିତି ଏକ ବାଇକ ଲୁଟେରା ଗ୍ୟାଙ୍ଗର ଗୁମର । ଏହି ଗ୍ୟାଙ୍ଗକୁ କବଜାକୁ ନେଇଛି କମିସନରେଟ୍ ପେ।ଲିସ୍ । ଏମାନଙ୍କଠାରୁ ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୪୬ଟି ବାଇକ୍ ଉଦ୍ଧାର କରିଛି ପୋଲିସ । ଖୁବ ଚତୁରତାର ସହ ଏମାନେ ନକଲି ଚାବିରେ ଗାଡ ଖୋଲି ନେଇ ଯାଉଥିଲେ । ରାଜଧାନୀରୁ ଲୁଟ୍ କରି ଅନ୍ୟ ଜିଲ୍ଲାରେ ବାଇକ୍ ଗୁଡ଼ିକୁ ବିକ୍ରି କରି ଦେଉଥିଲେ । ଉଦ୍ଧାର ହୋଇଥିବା ବାଇକ୍ ଗୁଡ଼ିକର କାଗଜପତ୍ର ଯାଞ୍ଚ ପରେ ପ୍ରକୃତ ମାଲିକଙ୍କୁ ଡକାଯାଇ ହସ୍ତାନ୍ତର କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.