୬ରେ ଭାରତ ଶ୍ରୀଲଙ୍କା ମ୍ୟାଚ : ହୋଇପାରେ ୪ଟି ବଡ ପରିବର୍ତ୍ତନ, ଖେଳିବେନି ରୋହିତ !
4/07/2019 at 1:01 PM

ମଞ୍ଚେଷ୍ଟର ୪/୭ : ଜୁଲାଇ ୬ ତାରିଖରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିବ । ଏହି ମ୍ୟାଚରେ ଭାରତୀୟ ଟିମରେ ୪ଟି ବଡ ପରିବର୍ତ୍ତନ ହୋଇପାରେ ।
ଦିନେଶ କାର୍ତ୍ତିକ – କେଦାର ଯାଦବ
ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟିମରେ ଦିନେଶ କାର୍ତ୍ତିକଙ୍କ ଜାଗାରେ କେଦାର ଯାଦବ ପୁଣିଥରେ ଟିମରେ ସାମିଲ କରାଯାଇପାରେ । ବାଙ୍ଗଲାଦେଶ ବିପକ୍ଷ ମ୍ୟାଚରେ ଦିନେଶ କାର୍ତ୍ତିକ କେବଳ ୮ ରନ ହିଁ କରିଥିଲେ । ଏଭଳି ସ୍ଥିତିରେ ଅଲରାଉଣ୍ଡର ଭାବେ କେଦାର ଯାଦବଙ୍କୁ ପୁଣିଥରେ ଟିମରେ ସାମିଲ କରାଯାଇପାରେ ।
ରୋହିତ ଶର୍ମା – ମୟଙ୍କ ଅଗ୍ରୱାଲ
ବିଶ୍ୱକପରେ ରୋହିତ ଶର୍ମା ୭ଟି ମ୍ୟାଚରେ ୫୪୪ ରନ କରିସାରିଛନ୍ତି । ସେମିଫାଇନାଲ ପୁର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କୁ ଟିମରେ ସାମିଲ ନକରିପାରେ । ରୋହିତ ଶର୍ମାଙ୍କୁ ଆରାମ ଦେଇ ମୟଙ୍କ ଅଗ୍ରୱାଲଙ୍କୁ ଟିମରେ ସାମିଲ କରାଯାଇପାରେ ।
ହାର୍ଦ୍ଧିକ ପାଣ୍ଡ୍ୟା – ରବିନ୍ଦ୍ର ଜାଡେଜା
ଚଳିତ ବିଶ୍ୱକପରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ଆକ୍ରମକ ଅଲରାଉଣ୍ଡର ଭୁମିକାରେ ଦେଖିବାକୁ ମିଳିଛି । ସେମିଫାଇନାଲ ପୁର୍ବରୁ ଭାରତ ତାର ଶେଷ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଏହି ମ୍ୟାଚରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଜାଗାରେ ରବିନ୍ଦ୍ର ଜାଡେଜାଙ୍କୁ ଟିମରେ ସାମିଲ କରାଯାଇପାରେ ।
ୟୁଜବେନ୍ଦ୍ର ଚହଲ – କୁଲଦୀପ ଯାଦବ
ଚଳିତ ବିଶ୍ୱକପରେ ୟୁଜବେନ୍ଦ୍ର ଚହଲ ୭ଟି ମ୍ୟାଚରେ ୧୧ଟି ୱିକେଟ ନେଇଛନ୍ତି । କୁଲଦୀପ ଯାଦବ ୬ଟି ମ୍ୟାଚରେ ୫ଟି ୱିକେଟ ନେଇଛନ୍ତି । ସେମିଫାଇନାଲ ପୁର୍ବରୁ ଶେଷ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ୟୁଜବେନ୍ଦ୍ର ଚହଲଙ୍କୁ ଟିମ ଆରାମ ଦେଇ ତାଙ୍କ ଜାଗାରେ କୁଲଦୀପ ଯାଦବଙ୍କୁ ଟିମରେ ସାମିଲ କରିପାରେ।