Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୫୦ ହଜାର ଆର୍ଥିକ ସହାୟତା, ୨୫୦୦ ଟଙ୍କା ଭତ୍ତା, ବିନା ରାସନକାର୍ଡରେ ମାଗଣା ରାସନ…କରୋନାକୁ ନେଇ କେଜ୍ରିଓ୍ଵାଲଙ୍କ ବଡ ଘୋଷଣା

18/05/2021 at 6:32 PM

ନୂଆଦିଲ୍ଲୀ ୧୮।୦୫:  ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ମହାମାରୀର ପୀଡିତଙ୍କ ପାଇଁ ବଡ ଘୋଷଣା କରିଛନ୍ତି। କରୋନା ଯୋଗୁଁ ଅନାଥ ପିଲାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କାର ସହାୟତା ରାଶି ଦିଆଯିବ। ଏଥିସହ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ଦିଆଯିବ। ଦିଲ୍ଲୀରେ ଯାହାଙ୍କୁ ଅତି ଆବଶ୍ୟକ କିନ୍ତୁ ରାସନକାର୍ଡ ନାହିଁ ସେମାନଙ୍କୁ ମାଗଣାରେ ରାସନ ମିଳିବ। ପ୍ରତିଟି ଗରିବଙ୍କୁ ମାସରେ ୧୦ କିଲୋ ଚାଉଳ/ଗହମ ମିଳିବ ବୋଲି କେଜ୍ରିଓ୍ଵାଲ ଘୋଷଣା କରିଛନ୍ତି।

ଅରବିନ୍ଦ କେଜ୍ରିଓ୍ଵାଲ ଘୋଷଣା କରିଛନ୍ତି ଯେ, ଦିଲ୍ଲୀରେ ୭୨ ଲକ୍ଷ ରାସନକାର୍ଡକାରୀଙ୍କୁ ଚଳିତ ମାସଠୁ ମାଗଣାରେ ରାସନ ମିଳିବ। ଯେଉଁମାନଙ୍କୁ କେନ୍ଦ୍ରଠୁ ୫ କିଲୋ ରାସନ ମିଳୁଛି ଏବଂ ଯାହାଙ୍କ ରାସନକାର୍ଡ ନାହିଁ ସେମାନଙ୍କୁ ମଧ୍ୟ ଦିଲ୍ଲୀ ସରକାର ମାଗଣାରେ ରାସନ ଯୋଗାଇ ଦେବେ।

ଯେଉଁ ପରିବାରର କୌଣସି ସଦସ୍ୟଙ୍କ କରୋନାରେ ମୃତ୍ୟୁ ଘଟିଛି ସେମାନଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମିଳିବ। ଯେଉଁ ପରିବାରରେ ଏକ ମାତ୍ର ଆୟ କରୁଥିବା ସଦସ୍ୟଙ୍କ କରୋନାରେ ପ୍ରାଣହାନୀ ଘଟିଛି, ତେବେ ସରକାର ତାଙ୍କୁ ମଧ୍ୟ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ସହ ପ୍ରତି ମାସରେ ୨୫୦୦ ଟଙ୍କାର ଭତ୍ତା ମିଳିବ।

ଯେଉଁ ପିଲାଙ୍କ ବାପା-ମାଙ୍କ ମୃତ୍ୟୁ ହୋଇ ଯାଇଛି କିମ୍ବା ଯେଉଁ ପିଲାଙ୍କ ବାପା-ମାଙ୍କ ମଧ୍ୟରୁ ପୂର୍ବରୁ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଉଭୟଙ୍କ ମଧ୍ୟରୁ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି, ସେମିତି ପିଲାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ୨୫୦୦ ଟଙ୍କା ଦିଆଯିବ। ସେମାନଙ୍କୁ ମାଗଣାରେ ଶିକ୍ଷାଦାନ ଦିଆଯିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।

   Related Posts