Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଆୟୁର୍ବେଦର ୪ଟି ଔଷଧ କରୋନା ଚିକିତ୍ସାରେ ଫଳପ୍ରଦ: ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାର ଦାବି

2/11/2020 at 12:03 PM

ନୂଆଦିଲ୍ଲୀ ୦୨/୧୧ : ଆୟୁର୍ବେଦର ୪ଟି ଔଷଧ ବ୍ୟବହାର ଦ୍ୱାରା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କ ଉପଚାର ସମ୍ଭବ। ଆୟୁଷ ମନ୍ତ୍ରାଳୟର ଦିଲ୍ଲୀ ସ୍ଥିତ ହସ୍ପିଟାଲ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥା (ଏଆଇଆଇଏ)ର ଜର୍ନାଲ ଆୟୁ କେୟାରରେ ପ୍ରକାଶିତ ଏକ କେସ୍ ଷ୍ଟଡିରେ ଏହା ଦାବି କରାଯାଇଛି ଯେ ଏହି ୪ଟି ଔଷଧ ହେଲା ଆୟୁଷ କ୍ୱାଥ୍, ସଂଶମନୀ ବଟି, ଫିଫ୍ରାଟ୍ରୋଲ୍ ଏବଂ ଲକ୍ଷ୍ମୀବିଳାସ ରସ।

ଆୟୁ କେୟାର ଜର୍ନାଲର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଏହି କେସ ଷ୍ଟଡି ବା ଅଧ୍ୟୟନ ୩୦ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀଙ୍କର ଯିଏ କରୋନାରେ ସଂକ୍ରମିତ ଥିଲେ ଏବଂ ତାଙ୍କର ସାମାନ୍ୟ ଲକ୍ଷଣ ଥିଲା। ଦୁଇ ଦିନ ସଂକ୍ରମଣ ପରେ ତାଙ୍କୁ ଭାରତୀୟ ଆୟୁର୍ବେଦ ସଂସ୍ଥାରେ ଭର୍ତ୍ତି କରାଯାଇଥିଲା। 

ଏଆଇଆଇଏର ରୋଗ ନିଦାନ ଏବଂ ବିକୃତ ବିଜ୍ଞାନ ବିଭାଗ ଡାକ୍ତର ଶିଶିର କୁମାର ମଣ୍ଡଳଙ୍କ ନେତୃତ୍ୱରେ ଡାକ୍ତରଙ୍କ ଏକ ଟିମ ତୃତୀୟ ଦିନରୁ କରୋନା ସଂକ୍ରମିତଙ୍କ ଉପଚାର ଆରମ୍ଭ କରିଥିଲେ। ତାଙ୍କୁ ଦିନକୁ ୩ଥର ୧୦ ମିଳି ଲିଟର ଆୟୁଷ କ୍ୱାଥ, ୨ଥର ୨୫୦ ମିଲିଗ୍ରାମ ସଂଶମନୀ ବଟି ଓ ଲକ୍ଷ୍ମୀବିଳାସ ରସ ଦିଆଯାଉଥିଲା। ଫିଫ୍ରାଟ୍ରୋଲର ୫୦୦ ମିଲିଗ୍ରାମ ଟାବଲେଟ୍ ଦିନକୁ ୨ଥର ଦିଆଯାଉଥିଲା। ଚତୁର୍ଥ ଦିନରୁ ସଂକ୍ରମିତଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା। ଜ୍ୱର, ନିଶ୍ୱାସ ନେବାରେ ସମସ୍ୟା, ଗଳାରେ ଯନ୍ତ୍ରଣା ଏବଂ କାଶ ଆଦି କମିଯାଇଥିଲା। ସେହିଭଳି ମୁଣ୍ଡବିନ୍ଧା, ଗୋଡହାତ ବିନ୍ଧା ଆଦି ମଧ୍ୟ କମିଯାଇଥିଲା। ଏହାସହ କରୋନା ସଂକ୍ରମିତ ହେବାପରେ ତାଙ୍କର ସ୍ୱାଦ ମଧ୍ୟ ଚାଲିଯାଇଥିଲା। ଆୟୁର୍ବେଦ ଔଷଧ ସେବନ ପରେ ସ୍ୱାଦ ସ୍ଥିତିରେ ମଧ୍ୟ ସୁଧାର ଆସିଥିଲା। ଏହି ଉପଚାର ଷଷ୍ଠ ଦିନ ଜାରି ରହିଲା। ଷଷ୍ଠ ଦିନ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିଲା।

ଫିଫ୍ରାଟ୍ରୋଲ ୫ଟି ପ୍ରମୁଖ ଜଡିବୁଟି ଯଥା ସୁଦର୍ଶନ ଘଟ ବଟି, ସଂଜୀବନୀ ବଟି, ଗୋଦାନ୍ତି ଭସ୍ମ, ତ୍ରିଭୁବନ କୀର୍ତ୍ତି ରସ ଓ ମୃତ୍ୟୁଞ୍ଜୟ ରସରୁ ତିଆରି।  ଅନ୍ୟ ୮ଟି ଜଡିବୁଟି ତୁଳସୀ, କୁଟକି, ଚିରାୟତା, ଗୁଡ଼ୁଚି, ଦାରୁହରିଦ୍ରା, ଅପାମାର୍ଗ, କରଞ୍ଜ ତଥା ମୋଥାର କିଛି ଅଂଶ ମଧ୍ୟ ଏଥିରେ ସାମିଲ। ଏମିଲ ଫାର୍ମାସ୍ୟୁଟିକାଲ ଅନେକ ଦିନ ଗବେଷଣା ପରେ ଏହି ଫର୍ମୁଲା ପ୍ରସ୍ତୁତ କରିଛି। ଆୟୁଷ କ୍ୱାଥ ଡାଲଚିନି, ତୁଳସୀ, ଗୋଲମରିଚ ତଥା ସୁଣ୍ଠିର ମିଶ୍ରଣ। ସଂଶମନୀ ବଟି ଗିଲୋୟ ଛାଲରୁ ପ୍ରସ୍ତୁତ କରାଯାଇଛି। ଲକ୍ଷ୍ମୀବିଳାସ ରସ ଅଭ୍ରକ ଭସ୍ମରୁ ୧୩ ତତ୍ତ୍ୱ ମିଶ୍ରଣ କରାଯାଇଛି। ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ଯଦି ଆୟୁର୍ବେଦ ଔଷଧ ଉପରେ ଆହୁରି ଅଧ୍ୟୟନ କରାଯାଏ ତାହେଲେ ଏହାର ସଫଳ ଫଳାଫଳ ମିଳିପାରେ।

   Related Posts