ଅଭିନେତ୍ରୀଙ୍କୁ ଦେଉଥିଲେ ଧମକ, ମାଗୁଥିଲେ ଟଙ୍କା , ୪ଜଣଙ୍କୁ ଉଠାଇ ନେଲା ପୋଲିସ୍ : ପୂର୍ବରୁ ଯୌନ ଶୋଷଣ ନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ ଦକ୍ଷିଣ ଭାରତୀୟ ଷ୍ଟାର୍

Published By : Prameya-News7 Bureau | June 25, 2020 IST

ତିରୁଅନନ୍ତପୁରମ୍ ୨୫/୬: କେରଳ ପୋଲିସ୍ ବୁଧବାର ୪ଜଣଙ୍କୁ ଗିରଫ କରିଛି। ଏହି ୪ଜଣଙ୍କ ବିରୋଧରେ ଏକ୍ସଟାର୍ଶନ୍ ମାଗିବାର ଅଭିଯୋଗ ହୋଇଛି। ପୋଲିସର କହିବା ଅନୁସାରେ ୪ଅଭିଯୁକ୍ତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶାମନା କାସିମଙ୍କୁ ଧମକ ଦେଇଥିଲେ ଏବଂ ତାଙ୍କଠୁ ଟଙ୍କା ମାଗିଥିଲେ। ଏହାକୁ ନେଇ କାସିମଙ୍କ ବାପା ପୋଲିସ ନିକଟରେ ଧମକ ଏବଂ ଟଙ୍କା ମାଗିବାକୁ ନେଇ ମାମଲା ରୁଜୁ କରିଥିଲେ।

{"id":291383,"sizeSlug":"large"}

ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଶାମନାଙ୍କ ବାପାଙ୍କୁ ଫୋନ୍ କରିଥିଲେ ଏବଂ ବିବାହ ପ୍ରସ୍ତାବ ରଖିଥିଲେ       । ଫୋନ୍ କରିଥିବା ବ୍ୟକ୍ତି କହିଥିଲା ଯେ ପୁଅ ଦୁବାଇରେ ବ୍ୟବସାୟ କରୁଛି ଏବଂ ତାଙ୍କ ପରିବାର କେରଳରେ ରୁହନ୍ତି।

{"id":291385,"sizeSlug":"large"}

ପରେ ୬ଜଣ ଶାମନାଙ୍କ କୋଚିରେ ଥିବା ଘରକୁ ଯାଇଥିଲେ ଏବଂ ସମ୍ପର୍କୀୟଙ୍କୁ ଦେଖାଇବା ପାଇଁ ଭିଡିଓ କରିଥିଲେ। ଏହା ପରେ ସେ ଟଙ୍କା ମାଗିବା ଆରମ୍ଭ କରି ଦେଇଥିଲେ। ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସିବା ଆରମ୍ଭ ହୋଇଯାଇଥିଲା। କେବଳ ଏତିକି ନୁହେଁ ପୋଲିସ୍ ସୂଚନା ଅନୁଯାୟୀ ଫୋନ୍ କରିଥିବା ବ୍ୟକ୍ତି ନିଜର ଯେଉଁ ଠିକଣା ଶାମନାଙ୍କ ବାପାଙ୍କୁ କହିଥିଲା ତାହା ଫେକ୍ ଥିଲା।

{"id":291387,"sizeSlug":"large"}

ଅଭିଯୋଗ ମିଳିବା ପରେ ପୋଲିସ୍ ଧମକ ଦେଇଥିବା ଲୋକଙ୍କ ଫୋନ୍ ଟ୍ରାକ୍ କରି ତାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଗିରଫ ହେବା ପରେ ପୋଲିସକୁ କହିଥିଲେ ଯେ ତାହା ଟଙ୍କା ମାଗୁଥିବା ଦଳର ପୂରା ରାକେଟ୍। ଏହି ଘଟଣା ପରେ ଶାମନା ଏକ ସାକ୍ଷାତକାରରେ କହିଥିଲେ ଯେ କାହାକୁ ବି ଏହି ପ୍ରକାରର ଟ୍ରାପରେ ଆସିବା ଅନୁଚିତ୍। ସେ ଏହି ବିଷୟରେ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ ଏବଂ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ସେମାନେ ଗୋଟିଏ ଗ୍ୟାଙ୍ଗର ଥିଲେ।

{"id":291388,"sizeSlug":"large"}

ଶାମନା ୨୦୦୭ମସିହାରେ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏବେ ସୁଦ୍ଧା ୪୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି।

{"id":291389,"sizeSlug":"large"}

୩ବର୍ଷ ତଳେ ଶାମନାଙ୍କୁ କୋଚିରେ ଏକ ଅପରାଧୀ ଗ୍ୟାଙ୍ଗ୍ ବନ୍ଦୀ କରି ତାଙ୍କ ସହ ଯୌନ ଶୋଷଣ କରିଥିଲେ। ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା କିନ୍ତୁ ତାଙ୍କୁ ସବୁବେଳେ ଧମକ ଦିଆଯାଉଥିଲା ଯେ ଯଦି ସେ ପୋଲିସକୁ ଅଭିଯୋଗ କରିବେ ତେବେ ତାଙ୍କ ଭିଡିଓ ଭାଇରାଲ୍ କରି ଦିଆଯିବ। କିନ୍ତୁ ଶାମନା ସାହସ ଦେଖାଇଥିଲେ ଏବଂ ପୋଲିସକୁ ଅଭିଯୋଗ କରିଥିଲେ। ଏହି ମାମଲାରେ ପରେ ଅଭିନେତା ଦିଲୀପକୁ ଗିରଫ କରାଯାଇଥିଲା। ଏବେ ଏହି ମାମଲା ସ୍ପେଶାଲ କୋର୍ଟରେ ଚାଲିଛି।

{"id":291391,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.