Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ପୋଲିସ ପଞ୍ଝାରେ ଆଉ ୪ ବ୍ରାଉନସୁଗାର ବେପାରୀ : ଧଳା ଜହର କାରବାର ସହ ଦେହ ଦଲାଲି

27/01/2020 at 5:31 PM

ଭୁବନେଶ୍ବର ୨୭/୧: କମିଶନରେଟ୍‌ ପୋଲିସ ପଞ୍ଝାକୁ ଆସିଛନ୍ତି ଆଉ ୪ ବ୍ରାଉନସୁଗାର ବେପାରୀ ।  ସେମାନଙ୍କ ଭିତରେ ଜଳେଶ୍ବରର ଜଣେ ମାଫିଆ ଥିବା ବେଳେ ଆଉ ଜଣେ ଇଂଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି । ଏମିତିକି ଗିରଫ ଅନ୍ୟ ଜଣେ ଛାତ୍ର ନାଁରେ ହତ୍ୟା ଉଦ୍ୟମ ଭଳି ମାମଲାରେ ଜେଲ୍‌ ଯାଇ ଜାମିନ୍‌ରେ ଫେରିଥିବା ଜାଣିବାକୁ ପାଇଛି ପୋଲିସ । ତେବେ ସବୁଠାରୁ ଇନ୍‌ଟ୍ରେଷ୍ଟିଂ କଥା ହେଉଛି ଗିରଫ ଅଭିଯୁକ୍ତମାନେ ଦେହ ଦଲାଲିରେ ମଧ୍ୟ ସାମିଲ୍‌ ଅଛନ୍ତି । …..

ଧଳା ଜହର କାରବାର । ଆଉ ଦେହ ଦଲାଲି । ଡବଲ୍‌ ଗେମ୍‌ ଡବଲ୍‌ ଫାଇଦା । କମ୍‌ ପରିଶ୍ରମ ଓ କମ୍‌ ସମୟ ଭିତରେ ପୁଳା ଟଙ୍କା ରୋଜଗାର କରିବାର ନିଶାରେ ଚୁର୍‌ ଏଭଳି କିଛି ଅପରାଧୀଙ୍କୁ ଧରିଛି କମିଶନରେଟ ପୋଲିସ । ବ୍ରାଉନ୍‌ସୁଗାର ଚୋରାଚାଲାଣ କରୁଥିବା ୪ ବେପାରୀଙ୍କୁ ଧରିବା ପରେ ପୋଲିସ ହାତରେ ଲାଗିଛିଏଭଳି କିଛି ସୁରାକ୍‌ । ଗିରଫ ଅଭିଯୁକ୍ତଙ୍କ ଭିତରେ ଜଳେଶ୍ବରର ବ୍ରାଉନସୁଗାର ମାଫିଆ ବୁଧିଆ ଖାନ୍‌ ଥିବା ବେଳେ ଗିରଫ ୨ଜଣ ଛାତ୍ରଙ୍କ ଭିତରୁ ଜଣେ ଇଂଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି । ସେହିଭଳି ଅନ୍ୟ ଜଣେ ଛାତ୍ର ଯିଏ କି ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ ଯାଇ ୯ଦିନ ତଳେ ଜାମିନ୍‌ରେ ଆସିଥିବା ଜାଣିବାକୁ ପାଇଛି ପୋଲିସ ।

 ଏମାନଙ୍କ ନିକଟରୁ ୧୦୦ଗ୍ରାମରୁ ଅଧିକ ଅର୍ଥାତ୍‌ ପ୍ରାୟ ୧୦ଲକ୍ଷ ଟଙ୍କାର ଧଳାଜହର ଜବତ କରାଯାଇଛି । ସେହିଭଳି ସହିଦ ନଗର ଥାନା ପୋଲିସ ହାତରେ ଧରାପଡ଼ିଥିବା ଅନ୍ୟ ଜଣେ ଅଭିଯୁକ୍ତ ପାଖରୁ ମିଳିଛି ୨୪ଗ୍ରାମ୍‌ ବ୍ରାଉନସୁଗାର । ତେବେ ସବୁଠାରୁ ଇନ୍‌ଟ୍ରେଷ୍ଟିଂ କଥା ହେଉଛି ଗିରଫ ଅଭିଯୁକ୍ତମାନେ ଦେହ ଦଲାଲିରେ ମଧ୍ୟ ସାମିଲ୍‌ ଥିବା ଜଣାପଡ଼ିଛି ।

ଗଲା ୪ମାସ ଭିତରେ କମିଶନରେଟ୍‌ ପୋଲିସ ବ୍ରାଉନସୁଗାର ଚୋରାଚାଲାଣ ସମ୍ପର୍କୀତ ୫୬ଟି ମାମଲା ରୁଜୁ କରିଥିବା ବେଳେ  ଏଥିରେ ସମ୍ପୃକ୍ତ ୧୦୫ଜଣଙ୍କୁ ଗିରଫ କରିଛି । ଆଉ ଏହି ଅପରାଧୀମାନଙ୍କ ଠାରୁ ୧କିଲୋ ୩୦୨ଗ୍ରାମ ଅର୍ଥାତ୍‌ ପ୍ରାୟ ଦେଢ଼ କୋଟି ଟଙ୍କାର ଧଳାଜହର ଜବତ ହୋଇଛି । ଅପରେସନ ହ୍ବାଇଟ୍‌ କ୍ଲିନ୍‌ ନାଁରେ  କମିଶନରେଟ୍‌ ପୋଲିସ ଚଳାଇଥିବା ଏହି ଅଭିଯାନରେ ଅନେକ ଅପରାଧୀ ଧରାପଡ଼ୁଥିଲେ ମଧ୍ୟ ଧଳାଜହର କାରବାର ବନ୍ଦ ନହେବା ପୋଲିସ ପାଇଁ ଚାଲେଂଜ୍‌ ସୃଷ୍ଟି କରିଛି ।

   Related Posts