ବସ୍ତିରେ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟର ହେଲା ପର୍ଦ୍ଦାଫାଶ୍ : ୪ ଗିରଫ,ବହୁ ବିଶିଷ୍ଟ ଲୋକଙ୍କ ସମ୍ପୃକ୍ତି

Published By : Prameya-News7 Bureau | May 30, 2019 IST

ବସ୍ତି ୩୦/୫: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ ମାମଲାରେ ଆଜି ବସ୍ତି ପୋଲିସ୍ ୪ଜଣ ବ୍ୟକ୍ତିକୁ ଗିରଫ କରି ଜେଲ୍ ପଠାଇଛି। ଏହି ସେକ୍ସ ରାକେଟରେ ପୀଡ଼ିତା ଯୁବତୀ କୋତଓ୍ବାଲି ଥାନାରେ ସାବତ ମାଆ ବିରୋଧରେ ଦେହ ବ୍ୟବସାୟର ଅଭିଯୋଗ କରିଥିଲେ। ଏହି ପୂରା ମାମଲାରେ କେତେକ ଧଳାହାତୀ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ବରିଷ୍ଠ ଅଧିକାରୀଙ୍କ ନାଁ ଆସୁଛି। ଏହା ପୋଲିସ୍ ପାଇଁ ବଡ଼ ଧରଣର ସମସ୍ୟା ସୃଷ୍ଟି କରିଛି। ପୋଲିସଙ୍କ କହିବା ମୁତାବକ ଏହି ପୂରା ମାମଲାକୁ ନେଇ ତଦନ୍ତ କରାଯାଉଛି।

ଯେଉଁମାନେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ଏତେବଡ଼ ହାଇପ୍ରୋଫାଇଲ୍ ମାମଲାକୁ ପୋଲିସ୍ ଛୋଟ କରିବା ପାଇଁ ପୋଲିସକୁ ପ୍ରଶ୍ନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.