Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ପୁରୀରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ବହିଷ୍କୃତ ପୁଲିସ କନେଷ୍ଟବଳ ସହ ୪ ଗିରଫ

2/12/2019 at 9:55 PM

ପୁରୀ ୦୨।୧୨ – ହାଇଦ୍ରାବାଦ ପରେ ପୁରୀରେ ଲଜ୍ୟା ଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ପୁଲିସ ପରିଚୟ ଦେଇ ଏକ ସରକାରୀ କ୍ୱାଟର୍ସ ମଧ୍ୟରେ ଗଣ ଦୁଷ୍କର୍ମ କରାଯାଇଥିବା ପୀଡିତା ଜଣକ ଅଭିଯୋଗ କରିଛନ୍ତି । ଏଥିରେ , ସେ ଜଣେ ପୁଲିସ କର୍ମଚାରୀ ସାମିଲ ଥିବା ଅଭିଯୋଗ କରଛନ୍ତି । ସେ ଜଣେ ପୂର୍ବତନ ପୁଲିସ କର୍ମଚାରୀ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି କନେଷ୍ଟବଳ ଜିତେନ୍ଦ୍ର ସେଠୀକୁ ପୂର୍ବରୁ ବହିଷ୍କୃତ କରାଯାଇଛି । ଯୁବତୀଙ୍କର ବୟାନ ରେକର୍ଡ କରାଯାଇଛି । ୪ ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ବହିଷ୍କୃତ ପୁଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଅଛି ।

ପୁରୀ କୁମ୍ଭାରପଡା ଥାନାରେ ଏ ନେଇ ଅଭିଯୋଗ ହୋଇଛି । ନିମାପଡା ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଏହି ପୁଲିସ କର୍ମଚାରୀ ନିଜର ଆଇ କାର୍ଡ ଦେଖାଇ ଯୁବତୀଙ୍କୁ କାର୍‌ରେ ଲିଫ୍ଟ ଦେଇଥିଲେ ।

ପୁରୀର ପୁଲିସ ଲାଇନ୍‌ ନିକଟସ୍ଥ ଏକ ସରକାରୀ କ୍ୱାଟର୍ସରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା । ଯୁବତୀ ଜଣଙ୍କ କହିଛନ୍ତି । ସେ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେଠାରେ ଥିବା ମହିଳା ପୁଲିସ କର୍ମୀ ସାହାଯ୍ୟ କରି ନ ଥିବା ପୀଡିତା ଅଭିଯୋଗ କରିଛନ୍ତି । ପୀଡିତାଙ୍କ ସହ ପୁରୀ ଏସ୍‌ପି ଆଲୋଚନା କରିଛନ୍ତି । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

   Related Posts