Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସତ ବାହାଘରରେ ମିଛ କନିଆଁ: ୪ ଜଣଙ୍କୁ ବରଣମାଳା ପିନ୍ଧାଇବା ପରେ ଧରା ପଡିଗଲା ମିଛ

22/02/2021 at 6:06 PM

କଳାହାଣ୍ଡି୨୨/୨: ଧରା ପଡିଗଲା ମିଛ କନିଁଆ। ବର ପରିବର୍ତ୍ତନ ସହ ଆଧାର କାର୍ଡରେ କରୁଥିଲେ ନାଁ ପରିବର୍ତ୍ତନ। ପ୍ରତ୍ୟେକ ଆଧାର କାର୍ଡରେ ଥିଲା ଭିନ୍ନ ଭିନ୍ନ ନାଁ। ଏମିତି ୪ ଜଣଙ୍କୁ ବରଣମାଳା ପିନ୍ଧାଇବା ପରେ ଧରା ପଡିଗଲା ସତ ବାହାଘରର ମିଛ କନିଁଆ।

ଆନ୍ତରାଜ୍ୟ ନକଲି ବିବାହ ଦଳର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ। କନିଆଁ ଟାର୍ଗେଟରେ ଥିଲେ ବିବାହ ବିଚ୍ଛେଦ ବ୍ୟକ୍ତି। ବିବାହ କରି ଘର ସଂସାରର ସ୍ବପ୍ନ ଦେଖାଇ ଅଧାବାଟରେ କଳାକନା ବୁଲାଇ ଫେରାର ହେଉଯାଉଥିଲା କନିଁଆ। ସୁନ୍ଦରଗଡର ମିଛ କନିଁଆ ଏଲି ମହନ୍ତ, ବଲାଙ୍ଗୀର କଣ୍ଟାବାଞ୍ଜିର ବରବଲ ଶର୍ମା, ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଏବଂ ଛତିଶଗଡ ବିଲାସପୁରର ଶ୍ରବଣ ସୋନିଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ।

ମିଛ କନିଁଆ ଏଲି ମହନ୍ତ ସହ ଏମାନେ ଫେକ୍‌ ବାପା-ମାଆ ସାଜି ଲୋକଙ୍କୁ ଲୁଟି ଚାଲିଥିଲେ। ଏମାନେ କେବଳ ରାଜ୍ୟରେ ନୁହେଁ ଆନ୍ତରାଜ୍ୟରେ ମଧ୍ୟ ସମାନ ଢ଼ଙ୍ଗରେ ଲୋକଙ୍କୁ ଚୂନ ଲଗାଉଥିଲେ। ମୁଖ୍ୟ ଅଭିଯୁକ୍ତ ନକଲି ବଧୂ ଏଲି ମହନ୍ତର ୪ଟି ଆଧାର କାର୍ଡ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତ ବର୍ଷ ଅକ୍ଟୋବର ମାସରେ ମଦନପୁର ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ପୋଲିସ ଛାନ୍‌ଭିନ୍ କରି ଅନ୍ତରାଜ୍ୟ ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି। ଏ ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ୍‌ ଏକ ସାମ୍ବାଦିକ ସମ୍ମିଳନୀ ଏ ସପଂର୍କରେ ସୂଚନା ଦେଇଛନ୍ତି।  ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

   Related Posts