ନିଶାଖୋର ଲୋକଙ୍କୁ ମଦ କରିଛି କିମିଆ: ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ଚୋରା ମଦ କାରବାର
28/04/2020 at 3:55 PM

ଆଠମଲ୍ଲିକ୨୮/୪: ଲକ୍ଡାଉନ୍ରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ଚୋରା ମଦ କାରବାର। କରୋନା ଭଳି ଅଭାବନୀୟ ପରିସ୍ଥିତିରେ ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏପଟେ ନିଶାଖୋର ଲୋକଙ୍କୁ ମଦ କିମିଆ କରିଛି। ପୁଣି ଏକ ତାଜା ଚିତ୍ର ସାମ୍ନାକୁ ଆସିଛି ଆଠମଲ୍ଲିକ ଏବଂ ବଇଣ୍ଡା ଅଞ୍ଚଳରେ ଚୋରା ମଦକାରବାର କରି ୪ ଗିରଫ ହୋଇଛନ୍ତି। ଆଠମଲ୍ଳିକ ଅବକାରୀ ବିଭାଗ ଚଢ଼ାଉ କରି ସେମାନଙ୍କଠାରୁ ୪୦ ଲିଟର ମଦ ଜବତ କରିଛି। ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମଦ କାରବାର ଚାଲିଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି।
Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021