୮ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | July 26, 2020 IST

ପଦ୍ମପୁର୨୬/୭:  କରୋନା କଟକଣା ବେଖାତିର କରି ଚାଲିଛି ନିଶା କାରବାର। ଦେଶୀ ଚୋରାମଦ କାରବାର ହେଉ କି ଜୁଆ ହେଉ ,  ବେଧଡକ ଭାବରେ ଚାଲିଛି ବେଆଇନ କାରବାର । ମିଳିଥିବା ଖବର ଅନୁସାରେ ବରଗଡ ଜିଲ୍ଲା ପାଇକମାଲ ପୋଲିସ ଏକ ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ଆଠ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ସେମାନଙ୍କର ନିକଟରୁ ୩୭୦ ଗୋଟି ତାଶ , ଦଶ ହଜାର ଦୁଇଶହ ଚାଳିଶ ଟଙ୍କା ନଗଦ , ତିନି ଗୋଟି ବାଇକ ସମେତ ଚାରି ଗୋଟି ମୋବାଇଲ ଫୋନ ଜବତ କରିଛନ୍ତି। କୋଭିଡ଼ କଟକଣା ଯୋଗୁଁ , ଜୁଆଡ଼ି ମାନଙ୍କୁ କୋର୍ଟ ଚାଲାଣ କରାନଯାଇ ,ଜୁଆଡ଼ି ମାନଙ୍କ ଉପରେ କେଶ ନମ୍ବର 117/ | 20  ଧାରା 03 OPG ଆକ୍ଟ ରେ ମାମଲା ରୁଜୁକରି ଆଜି ଥାନାରୁ ବେଲରେ ଛାଡି ଦିଆଯାଇଥିବା ପାଇକମାଲ ଥାନା ଅଧିକାରୀ  ସୂଚନା  ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.