Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ, ୪ ଜଣକୁ ଗିରଫ କଲା ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ

27/08/2020 at 2:55 PM

କଟକ ୨୭।୮: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି କଟକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ । ଅଭିଯୁକ୍ତମାନେ ଫୁଲବାଣୀରୁ ଗଞ୍ଜେଇ ଆଣି କୋଲକତା ଯିବା ସମୟରେ କଟକ ଗୋପାଳପୁର ନିକଟରୁ ଗଞ୍ଜେଇ ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ ।

ଅଭିଯୁକ୍ତମାନେ ଏକ ଇଣ୍ଡିଗୋ କାରରେ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଏହାକୁ ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ । ଗିରଫ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କହିଛି ଫ୍ଲାଇଙ୍ଗ ସ୍କ୍ବାର୍ଡ । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଦୀପ୍ତ ମହାପାତ୍ର, ରବି ଶଙ୍କର ସାହାଣୀ, ବିରୁପାକ୍ଷ ବେହେରା ଓ ରୋହିତ ଚୌଧୁରୀ ।

   Related Posts