Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଲୁହା ରଡ୍ ଚୋରି ଅଭିଯୋଗରେ ୪ ଗିରଫ, ଅଟୋ ଜବତ

5/07/2020 at 10:30 PM

ନୀଳଗିରି ୦୫।୦୭: ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ତେଣ୍ଡା ଅଞ୍ଚଳରେ  ଜଣେ ବ୍ୟକ୍ତିଙ୍କ ବାଡିରୁ ଛଡ ଚୋରି ହେବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ ସଜନାଗଡ଼ ପଂଚାୟତ ଅଧିନ ତେଣ୍ଡା ବାଣ୍ଠିଆପଡା ଗ୍ରାମର କରୁଣାକର ସିଂଙ୍କ ପୁଅ ଦିବାକର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ନିର୍ମାଣ ପାଇଁ ଛଡ କିଣି ବାଡ଼ିରେ ରଖିଥିଲେ। ହେଲେ ଗତିକାଲି ସଜନାଗଡ଼ ସ୍ଥିତ ଜ୍ୟୋତିରଞ୍ଜନ ପାଢ଼ୀ ଓରଫ ଡୁଡୁ (୨୬)ଙ୍କ ସମେତ ତାଙ୍କ ସହଯୋଗୀ ସଜନାଗଡ ଗ୍ରାମର ଦୀପ୍ତିକାନ୍ତ ମହାନ୍ତି(୪୨), କାଳିଝାଟି ଗ୍ରାମର ଜଗନ୍ନାଥ ସ (୨୨),ତେଣ୍ଡା ଗ୍ରାମର ମଗା ସିଂ (୪୫) ଦିବାକରଙ୍କ ବାଡିରୁ ରୋଡ୍ ଚୋରି କରିଥିଲେ।

ଏହା ପରେ ଦିବାକର ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୋଲିସ୍ ୨୨୩ ନମ୍ବର ମାମଲା ରୁଜୁ କରି ଏସଆଇ ବାସୁଦେବ ଜୟସିଂଙ୍କ ତତ୍ଵାବଧାନରେ ତଦନ୍ତ ଆରମ୍ଭ କରିଥିଲା। ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ପୋଲିସ୍ ଘଟଣାସ୍ଥଳରୁ ରୋଡ୍ ସହିତ ଏକ ଓଟକୁ ଜବତ୍ କରିଛି।

   Related Posts