Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ବାମୀଙ୍କ ଆଖି ଆଗରେ ମହିଳାଙ୍କୁ ଗଣଦୁଷ୍କର୍ମ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

9/05/2019 at 2:42 PM

ଜୟପୁର ୯।୫: ରାଜସ୍ଥାନରେ ସାମନାକୁ ଆସିଛି ଗଣଦୁଷ୍କର୍ମ ଏବଂ ପୋଲିସ ନିର୍ଦ୍ଦୟତାର ଆଉ ଏକ ଉଦାହରଣ । ୫ଜଣ ମିଶି ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ଆଖି ଆଗରେ ଗଣଦୁଷ୍କର୍ମ କରିଛନ୍ତି। ପୋଲିସ ନିର୍ବାଚନ ପାଇଁ ଏହି ମାମଲାକୁ ୪ଦିନ ଯାଏଁ ଚାପି ଦେଇଥିଲା। ଏହି ଘଟଣାଟି ଘଟିଛି ଅଲଓ୍ବର ଜିଲ୍ଲାର ଥାନାଗାଜୀ ଅଞ୍ଚଳରେ। ଏଠାରେ ସ୍ବାମୀଙ୍କ ଆଗରେ ତାଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଅଭିଯୁକ୍ତମାନେ ଦୁଷ୍କର୍ମର ଭିଡିଓ କରିଥିଲେ ଏବଂ ଯାହାକୁ ପରେ ସୋସାଲ ମିଡିଆରେ ଭାଇରାଲ କରିଛନ୍ତି। ଏହି ମାମଲାରେ ପୋଲିସ୍ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଫେରାର ରହିଛି।

ପୀଡ଼ିତା ପୋଲିସକୁ ଅଭିଯୋଗ କରିଥିଲେ ଯେ ସେ ଅପ୍ରେଲ୍ ୨୬ତାରିଖ ଅପରାହ୍ଣ ପ୍ରାୟ ୩ଟା ବେଳେ ସ୍ବାମୀଙ୍କ ସହ ବାଇକରେ ବସି ଲାଲଓ୍ବାଡ଼ୀ ଗାଁର ତାଳବୃକ୍ଷକୁ ଯାଉଥିଲେ। ଥାନାଗାଜୀ-ଅଲଓ୍ବର ବାଇପାସ୍ ରୋଡ଼ରେ ହଠାତ୍ ୫ଜଣ ଯୁବକ  ବାଇକରେ ଆସି ତାଙ୍କ ବାଇକ୍ ଆଗରେ ବାଇକ୍ ଲଗାଇ ଦେଇଥିଲେ ଏବଂ ଅଟକାଇଥିଲେ।

ଯୁବକମାନେ ପ୍ରଥମେ ମହିଳାଙ୍କ ସ୍ବାମୀଙ୍କୁ ମାରପିଟ କରି ତାଙ୍କୁ ବାନ୍ଧି ଦେଇଥିଲେ। ଏହାପରେ ୫ଜଣ ମିସି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଯୁବକମାନଙ୍କ ବୟସ ୨୦ରୁ ୨୫ବର୍ଷ ମଧ୍ୟରେ ବୋଲି କୁହାଯାଉଛି। ଏ ନେଇ ଦମ୍ପତ୍ତି ପୋଲିସରେ ଅଭିଯୋଗ କରିଥିଲେ। ତେବେ ନିର୍ବାଚନ ପାଇଁ ପୋଲିସ ଘଟଣାକୁ ୪ଦିନ ଯାଏଁ ଚାପି ରଖିଥିଲା। ମହିଳା ଜଣକ ଦଳିତ ହୋଇଥିବାରୁ କାହାରିକୁ ଏ ବିଷୟରେ କୁହାଯାଇନଥିଲା। ଅଭିଯୁକ୍ତଙ୍କୁ ଗିରଫ ନ କରିବାକୁ ପ୍ରଥମେ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପୋଲିସ୍ ୪ଜଣଙ୍କୁ ଗିରଫ କରିଛି। ଅନ୍ୟଜଣେ ଅଭିଯୁକ୍ତକୁ ପୋଲିସ୍ ଖୋଜୁଛି।

   Related Posts