ରାଜଧାନୀରେ ବେଧଡକ ବନ୍ଧୁକ କାରବାର : ୪ ଗିରଫ, ୫ ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି ଜବତ

Published By : Prameya-News7 Bureau | October 30, 2018 IST

ଭୁବନେଶ୍ବର ୩୦|୧୦: ରାଜଧାନୀରେ ଚାଲିଥିଲା ବେଧଡକ ବନ୍ଧୁକ କାରବାର । ଯାହାର ପର୍ଦ୍ଦାଫାସ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଆଉ ଖଣ୍ଡଗିରି ପୋଲିସ । ୪ଜଣଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୫ ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି ଜବତ କରାଯାଇଛି ଗୌରାଙ୍ଗ ସିଠା । ଘର ନୟାଗଡ ଜିଲ୍ଲା ଶରଣକୁଳରେ । ନୟାପଲ୍ଲୀ ଅଞ୍ଚଳରେ ରହି ଅଟୋ ଚଳାଉଥିଲେ । ହେଲେ ଅସଲ କାମ ଥିଲା  ଚୋରା ପିସ୍ତଲ କାରବାର । ସେମିତି ଇଏ ହେଉଛନ୍ତି  ରାମଚନ୍ଦ୍ର ବାରିକ । ଘର ପୁରୀ ଜିଲ୍ଲା କଣାସ ଗାଁରେ । ମୋରମ ବ୍ୟବସାୟ ଆଢ଼ୁଆଳରେ  ଚଳାଇଥିଲେ ଚୋରା ବନ୍ଧୁକ କାରବାର । ରାମର ସହଯୋଗି ଡେଲାଙ୍ଗର ସଞୟ ଜେନା ଆଉ ଖୋର୍ଦ୍ଧା ଟାଙ୍ଗିର ଜ୍ଞାନ ରଞନ ସିଂ । ଏମାନଙ୍କ ନିକଟରୁ ୫ ପିସ୍ତଲ ୧୩ ରାଉଣ୍ଡ  ଗୁଳି ଜବତ କରିଛି ପୋଲିସ । ଏଥି ସହ ବାଇକ ଅଟୋ ଓ ଗୋଟିଏ କାର ମଧ୍ୟ ଜବତ କରାଯାଇଛି । ଏମାନଙ୍କ କାମ ହେଉଛି ୫ରୁ ୮ ହଜାର ଟଙ୍କାରେ ବିହାରରୁ ପିସ୍ତଲ କିଣି  ଭୁବନେଶ୍ବରରେ ତାହାକୁ ୩୦ ରୁ ୪୦ ହଜାର ଟଙ୍କାରେ ବିକ୍ରି କରିବା । ଯାହାର ସୁରାକ ପାଇ ସ୍ପେଶାଲ ସ୍କ୍ବାର୍ଡର ଅଧିକାରୀ ପ୍ରଥମେ ପିସ୍ତଲ କିଣିବାକୁ ଏମାନଙ୍କର ଲିଡର ଗୌରାଙ୍ଗ ସହ ଯୋଗାଯୋଗ କରିଥିଲେ । ଆଉ ପୋଲିସ ବିଛାଇ ଥିବା ଜାଲରେ ଆପେ ଆପେ ଧରା ପଡିଥିଲେ ଏହି ଚାରି ଅପରାଧୀ । ଏମାନଙ୍କ ମଧ୍ୟରୁ ପୁର୍ବରୁ କମିସନରେଟ ପୋଲିସ ଦ୍ବାରା ଗିରଫ ହୋଇ ସଂଜୟ ଓ ଜ୍ଞାନ ଜେଲ ଯାଇଥିଲେ । ସେତେବେଳେ ମଧ୍ୟ ଏମାନଙ୍କ ବିରୁଦ୍ଧରେ ପିସ୍ତଲ ବିକ୍ରି କରିବା ଅଭିଯୋଗ ରହିଥିଲା । ତେବେ ଭୁବନେଶ୍ବର ହେଉ ଅବା ବାହାରେ ଏମାନେ ଆଉ କେତେ ପିସ୍ତଲ ଆଣି ବିକ୍ରୀ କରିଛନ୍ତି ସେସବୁର ଖୋଳତାଡ କରୁଛି କମିସନରେଟ ପୋଲିସ । ଆସନ୍ତା କାଳୀପୁଜା ଓ ଦିପାବଳି ରେ ଏମାନେ କଲେଜ ଛାତ୍ର ଓ ବିଭିନ୍ନ ବ୍ୟବସାୟିଙ୍କୁ ପିସ୍ତଲ ଆଣି ଦେବାପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.