ପେଟରେ ଲୁଚାଇ ହିରୋଇନ ଆଣୁଥିବାବେଳେ ବିମାନବନ୍ଦରରେ ଧରାପଡ଼ିଲେ ୪ଯୁବକ : ଅପରେସନ ପରେ ବାହାରିଲା ୧୨୨ଟି କ୍ୟାପସୁଲ

Published By : Prameya-News7 Bureau | March 04, 2019 IST

ଦିଲ୍ଲୀ ୪/୩ : ଦିଲ୍ଲୀ ଆନ୍ତର୍ଜାତିକ ବିମାନବନ୍ଦରରୁ ୪ଜଣ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେସାଲ ସେଲ | ଏହି ଯୁବକମାନେ ପେଟରେ ୧୨୨ ହିରୋଇନ ଟାବଲେଟ ଲୁଚାଇ ଭାରତକୁ ଆସିଥିଲେ | ଏମାନେ ୪ଜଣ ଆଫଗାନିସ୍ଥାନରୁ ଆସିଥିବା ଜଣାପଡିଛି | ଏମାନେ ହେଲେ ଅବଦୁଲ ନୁରଜଇ, ମହମ୍ମଦ ନୁରଜଇ, ମହମ୍ମଦ ଇସ୍ମାଇଲ ନୁରଜଇ ଏବଂ ମହମ୍ମଦ ନସୀମ ନୁରଜଇ |

{"id":90613}

ଏମାନେ ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା ପରେ ଦିଲ୍ଲୀ ପୋଲିସ ଏମାନଙ୍କୁ ସନ୍ଦେହରେ ଗିରଫ କରି ଯାଞ୍ଚ କରିଥିଲା | ଯାଞ୍ଚବେଳେ ତାଙ୍କ ପେଟରେ କିଛି ସନ୍ଦିଗ୍ଧ ବସ୍ତୁ ଥିବା ଜଣାପଡିଥିଲା | ଏହାପରେ ସେମାନଙ୍କୁ ସଫଦରଗଞ୍ଜ ହସ୍ପିଟାଲ ନେଇ ସେମାନଙ୍କ ଅପରେସନ କରାଯାଇଥିଲା | ଅପରେସନରେ ତାଙ୍କ ପେଟରୁ ହିରୋଇନ ଯୁକ୍ତ କ୍ୟାପସୁଲ ବାହାରିଥିଲା | ପୋଲିସ ଏମାନଙ୍କୁ ଗିରଫ କରି ପଚରାଉଚୁରା କରୁଛି |

{"id":90614}

ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୩ ତାରିଖରେ ଏମାନେ ଭାରତ ଆସିବା ନେଇ ସୂଚନା ମିଳିଥିଲା | ଏହାପରେ ପୋଲିସ ଆଲର୍ଟ ହୋଇଯାଇଥିଲା | ପୋଲିସ ବିମାନବନ୍ଦରରେ କଡା ନଜର ରଖିଥିଲା |

ପୋଲିସ ସୂଚନା ଅନୁଯାୟୀ, ଏମାନଙ୍କ ପାଖରୁ କିଛି ନମିଳିବାରୁ ଏମାନଙ୍କ ମେଡିକାଲ ଚେକ ଅପ କରାଯାଇଥିଲା | ଏକ୍ସରେ କରିବାରୁ ଜଣାପଡିଥିଲା ତାଙ୍କ ପେଟରେ କୌଣସି ସନ୍ଦିଗ୍ଧ ପଦାର୍ଥ ରହିଛି | ଏହାପରେ ଅପରେସନ କରାଯାଇଥଲା | ଅପରେସନରେ ୪ଜଣଙ୍କ ପେଟରୁ ମୋଟ ୧୨୨ଟି କ୍ୟାପସୁଲ ବାହାରିଥିଲା | ଏମାନଙ୍କ ପଛରେ ଆଉ କିଏ ରହିଛି ସେନେଇ ପୋଲିସ ପଚରାଉଚୁରା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.