ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍‌ ମାମଲା, ୪ ଅଭିଯୁକ୍ତ କୋର୍ଟ ଚାଲାଣ

Published By : Prameya-News7 Bureau | September 15, 2021 IST

ବାଲେଶ୍ବର ୧୫।୦୯: ଚାନ୍ଦିପୁର ITRରୁ ତଥ୍ୟ ଲିକ୍‌ ମାମଲା । ଏହି ଘଟଣାରେ ଗିରଫ ହୋଇଥିବା ୪ଜଣଙ୍କ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI୪କୁ ତଥ୍ୟ ଦେଉଥିବା ଅଭିଯୋଗରେ ମଙ୍ଗଳବାର ସମସ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ଖବର ଅନୁଯାୟୀ, ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ନେଇ ସାଂଘାତିକ ଅଭିଯୋଗ ଆସିଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ୪ ଜଣ ହେଲେ ବାଲେଶ୍ବର ଚାନ୍ଦିପୁର ଅଞ୍ଚଳର ବସନ୍ତ ବେହେରା ଏବଂ ଏସ୍‌.କେ ମୁସାଫିର, ବାଲେଶ୍ବର ସଦର ଥାନା ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ ଏବଂ ତାପସ ରଞ୍ଜନ ନାୟକ ଏବଂ । ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ କାମ କରୁଥିଲେ। ଯେଉଁମାନେ ବିଦେଶୀ ସଂସ୍ଥା ଏବଂ  ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କ୍‌ରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛିା ଯାହାର ପକ୍କା ତଥ୍ୟ ପାଇବା ପରେ ତନାଘନା କରି ଏହି ୪ ଜଣଙ୍କୁ ଗିରଫ କରିବା ସହ ସତ ଉଗାଳିବାକୁ ଚେଷ୍ଟା କରୁଛି ପୁଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.