Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସ୍କୁଲରୁ ଘରକୁ ଫେରୁଥିବାବେଳେ ଶିକ୍ଷୟିତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ : ୪ ଅଭିଯୁକ୍ତ ଗିରଫ

7/12/2019 at 12:38 PM

ସିଧି ୭/୧୨: ସ୍କୁଲରୁ ଫେରୁଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଘଟଣାଟି ଘଟିଛି ସିଧି ଜିଲ୍ଲାର ରାମପୁର ନୌକିନ ଥାନା ଅଞ୍ଚଳର ପିପରାଓ୍ବ ଚୌକିର ଏକ ଗାଁରେ। ଘଟଣାଟି ଗତ ଗୁରୁବାର ସନ୍ଧ୍ୟା ପାଖାପାଖି ୬ଟାବେଳେ ଘଟିଛି। ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ସ୍କୁଲରୁ ଫେରୁଥିବାବେଳେ ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କୁ ଘେରି ଗଣଦୁଷ୍କର୍ମ କରିଛନ୍ତି। ପୋଲିସ୍ ଏହି ମାମଲାର ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଗତକାଲି ଏମାନଙ୍କୁ ପଚରାଉଚୁରା କରାଯାଇଛି। ପୋଲିସ୍ ଆଜି ୪ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ।

ଶିକ୍ଷୟିତ୍ରୀ ପ୍ରତିଦିନ ଭଳି ସନ୍ଧ୍ୟା ପାଖାପାଖି ୬ଟାବେଳେ ସ୍କୁଲରୁ ଘରକୁ ଫେରୁଥିଲେ। ରାସ୍ତାରେ କଡ଼ରେ ବସିଥିବା ୪ଜଣ ଦୁର୍ବୃତ୍ତ ତାଙ୍କୁ ରାସ୍ତା ମଝିରେ ଅଟକାଇ ମୁହଁରେ କପଡ଼ା ବାନ୍ଧି କେନାଲ୍ କଡ଼ରେ ଥିବା ପଡ଼ିଆକୁ ଘୋଷାଡ଼ି ନେଇଯାଇଥିଲେ। ଅଭିଯୁକ୍ତମାନେ ଶିକ୍ଷୟିତ୍ରୀଙ୍କ ପାଟିରେ କପଡ଼ା ପୂରାଇ ଗଣ ଦୁଷ୍କର୍ମ କରିଥିଲେ।

ଦୁର୍ବୃତ୍ତଙ୍କ କବଳରୁ ଖସିବା ପରେ ପୀଡ଼ିତା ଘରକୁ ପହଞ୍ଚିଥିଲେ ଏବଂ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଗତ ଗୁରୁବାର ରାତି ୮ଟାବେଳେ ଥାନାରେ ମାମଲା ରୁଜୁ କରିଥିଲେ।

ଏହା ପରେ ପୋଲିସ୍ ଅଭିଯୁକ୍ତ ବଚ୍ଚୁ ଲୋନିୟା,ବୀରୁ ଲୋନିୟା,ନରେନ୍ଦ୍ର ଲୋନିୟା ଏବଂ ଶିବଶଙ୍କର ଲୋନିୟାଙ୍କୁ ସେମାନଙ୍କ ଘରୁ ଗିରଫ କରିଛି।

   Related Posts