Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

୧୨ଟି ପଙ୍ଖା, ୪ଟି ଏସି, ୨୦ଟି ସିସିଟିଭି କ୍ୟାମେରା ସହ ଘରେ ଲାଗିଛି ଅନେକ ଉପକରଣ କିନ୍ତୁ ବିଜୁଳି ବିଲ୍ ମାତ୍ର ୪୫୦ ଟଙ୍କା

19/07/2020 at 7:24 PM

କାନପୁର ୧୯/୦୭ : କାନପୁରର କୁଖ୍ୟାତ ଅପରାଧୀ ବିକାଶ ଦୁବେ ସାମ୍ନାରେ ବିଜୁଳି ବିଭାଗ ମଧ୍ୟ ନତମସ୍ତକ ଥିଲେ | ବିକାଶ ଦୁବେ ଘରେ ସମସ୍ତ ବୈଦ୍ୟୁତିକ ଉପକରଣ ଥିଲା | କିନ୍ତୁ ବିଜୁଳି କନେକ୍ସନ ମାତ୍ର ଏକ କିଲୋୱାଟର ଥିଲା | ସେଥିରେ ବି ମିଟର ଲାଗିନଥିଲା ଓ ବିଜୁଳି ବିଲ ମଧ୍ୟ ଦିଆଯାଉନଥିଲା | ଅସଲ କଥା ହେଲା ବିକାଶ ଦୁବେକୁ ଲୋକେ ଏତେ ଭୟ କରୁଥିଲେ ଯେ ତା ଆଗରେ କାହା ମୁହଁ ଖୋଲଉନଥିଲା | ଏପରିକି ବିଜୁଳି ବିଭାଗ ମଧ୍ୟ ମିଟର ଲଗାଇବାକୁ ଏବଂ ଲୋଡ଼ ବଢାଇବାକୁ ସାହସ କରିନଥିଲେ | ବିକାଶ ଦୁବେ କୋଠାରେ ୪ଟି ଏସି, ଦୁଇଟି ଫ୍ରିଜ, ୨୫-୩୦ ବଲ୍ବ, ୧୨ଟି ପଙ୍ଖା, ୨୦ଟି ସିସିଟିଭି କ୍ୟାମେରା ଏବଂ ପାଣି ମୋଟର ପମ୍ପ ଲାଗିଥିଲା |

ବିକାଶ ଦୁବେର ବାଥରୁମରେ ବି ପଙ୍ଖା ଲାଗିଥିଲା | ସେ ଗରମ ସହି ପାରୁନଥିଲା ସେଥିପାଇଁ ସବୁ କୋଠରୀରେ ସବୁବେଳେ ଏସି ଚାଲୁଥିଲା | ଲକ୍ଷ ଲକ୍ଷ ଟଙ୍କାର ବିଜୁଳି ବ୍ୟବହାର କରାଯାଉଥିଲା | କିନ୍ତୁ ବିଲ ଆସୁଥିଲା ମାତ୍ର ୪୫୦ ଟଙ୍କା | ବିଜୁଳି ବିଭାଗ ଏସଡିଓଙ୍କୁ ଯେତେବେଳେ ଏ ସମ୍ପର୍କରେ ପଚରାଯାଇଥିଲା ସେ କହିଥିଲେ ଯେ ବିକାଶ ଘରେ ଏକ କିଲୋୱାଟର କନେକ୍ସନ ଥିଲା | ତେବେ ଲୋଡ଼ କାହିଁକି ବଢାଯାଇନଥିଲା ବୋଲି ପ୍ରଶ୍ନ କରିବାରୁ ସେ ବାହାନା କରି ପ୍ରଶ୍ନକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ |

ବିକାଶର ଗାଁ ନିକଟସ୍ଥ ଆଖପାଖ ଅଞ୍ଚଳରେ ତାର ଦବଦବା ଥିଲା | ବିକାଶ ବିରୋଧରେ ଛିଡା ହେବାର ସାହସ କାହାର ନଥିଲା | ସେଥିପାଇଁ ବିଜୁଳି ବିଭାଗ ମଧ୍ୟ ବିକାଶ ବିରୋଧରେ ଆକ୍ସନ ନେବାକୁ ସାହସ କରିନଥିଲା | ବିକାଶର ସାଥିମାନଙ୍କ ଘରେ ମଧ୍ୟ ମିଟର ଲାଗିନଥିଲା | ବିକାଶ ଦୁବେ ଘରେ ବିଜୁଳି ଟ୍ରାନ୍ସଫର୍ମର ଜବତ ହୋଇଥିଲା | ବିକାଶ ଦୁବେ ଘରେ ଏକ କିଲୋୱାଟ କନେକ୍ସନ ସହ ତମାମ ବିଜୁଳି ଉପକରଣ ଚାଲୁଥିବା ସମ୍ପର୍କରେ ଏସଡିଓଙ୍କୁ ପଚାରିବାରୁ ସେ କହିଥିଲେ ଯେ ବୋଧହୁଏ ବିକାଶ ଦୁବେ ଏସବୁ ଜେନେରେଟର ସାହାଯ୍ୟରେ ଚଲାଉଥିଲା | ଜୁନିୟର ଇଂଜିନିୟର ଓ ଅନ୍ୟ କର୍ମଚାରୀ ମିଟର ଲଗାଇବା କିମ୍ବା ମିଟର ଚେକ କରିବାକୁ କାହିଁକି ଯାଇନଥିଲେ ବୋଲି ପଚାରିବାରୁ ସେ ଜବାବ ଦେଇଥିଲେ ଯେ ସେ ସମ୍ପର୍କରେ ସେ କିଛି ଜାଣିନାହାନ୍ତି | ବର୍ତ୍ତମାନ ସେହି ଗାଁକୁ ଟିମ ପଠାଇ ସମସ୍ତଙ୍କ ଘରର ଲୋଡ଼ ଓ ମିଟର ଚେକ କରାଯାଉଛି |

   Related Posts