Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରାଜଧାନୀ ଏବେ ଧଳା ଜହର ହବ୍ ! ରସୁଲଗଡରୁ ସାଢେ ୪ କେଜି ହେରୋଇନ୍ ଜବତ

20/06/2020 at 9:44 AM

ଭୁବନେଶ୍ବର ୨୦।୬: ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ୪ କେଜି ୪୮୬ ଗ୍ରାମ୍‌ ହେରୋଇନ୍‌ ଜବତ କରିଛି । ଯାହାର ମୂଲ୍ୟ ୪ କୋଟି ୫୦ ଲକ୍ଷ ଟଙ୍କା । ଏହି ଘଟଣାରେ ଏସ୍‌ଟିଏଫ୍‌ ୩ ଜଣ ବେପାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ବାଲେଶ୍ୱର ଜିଲ୍ଳା ନୀଳଗିରି ଥାନା ନରସିଂହପୁରର ଦେବାଶିଷ ବେହେରା, ବାଲେଶ୍ୱର ଟାଉନ୍‌ ଥାନା ଗୋପାଳ ଗାଁର ସେଖ୍‌ କୌସର ଓ ପ୍ରବୀର କୁମାର ସିଂହ । ଏମାନଙ୍କ ଠାରୁ ଗୋଟିଏ ବୋଲେରୋ ଗାଡ଼ି ଓ ୩ ଟି ମୋବାଇଲ୍‌ ଜବତ କରାଯାଇଛି ବୋଲି ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଜିପି ଶ୍ରୀ ଅଭୟ । ସେ କହିଛନ୍ତି ଏତେ ପରିମାଣରେ ହେରୋଇନ୍‌ ଓଡ଼ିଶା ପୁଲିସ୍‌ କେବେ ଜବତ କରି ନଥିଲା । ଏହା ହେଉଛି ଓଡ଼ିଶା ପୁଲିସ୍‌ ଇତିହାସରେ ପ୍ରଥମ ।

ଏସ୍‌ଟିଏଫ୍‌ ୨୦୧୯ରେ ଖୋର୍ଦ୍ଧାର ଛୋଟା, ବାଲେଶ୍ୱର ସେଖ୍‌ ରାଜାଙ୍କ ଭଳି କିଛି ମାଫିଆଙ୍କୁ ଧରି ସେମାନଙ୍କ ସାମ୍ରାଜ୍ୟକୁ ନଷ୍ଟ କରିଥିଲା । ଏହା ପରେ ମଧ୍ୟ କିଛି ନିଶା ମାଫିଆ ରହି ଯାଇଥିଲେ । ସେମାନେ ବାଲେଶ୍ୱରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ନିଶା ଦ୍ରବ୍ୟ ପଠାଉଥିଲେ । ଦୀର୍ଘ ୫ ମାସ ହେବ ଏସ୍‌ଟିଏଫ୍‌ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ନିଶା ବେପାରୀଙ୍କ ଉପରେ ନଜର ରଖିଥିଲା । ଲକ୍‌ଡାଉନ୍‌ରେ ନିଶା ବେପାରୀମାନେ ଅଧିକ ସକ୍ରିୟ ହୋଇ ଉଠିଥିଲେ । ବାଲେଶ୍ୱର ଜଳେଶ୍ୱରରୁ କୋଟି କୋଟି ଟଙ୍କାର ବ୍ରାଉନ୍‌ ସୁଗର କଟକ, ପୁରୀ, ନୟାଗଡ଼, ବ୍ରହ୍ମପୁର, ଭୁବନେଶ୍ୱର, ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳରେ ଥିବା ବେପାରୀଙ୍କୁ ଡେଲିଭରି କରୁଥିଲେ । ଗତ ସପ୍ତାହରେ ଗୁଇନ୍ଦା ତଥ୍ୟରୁ ଏସ୍‌ଟିଏଫ୍‌ର ଡିଆଇଜି ଜୟନାରାୟଣ ପଙ୍କଜ ଜାଣିବାକୁ ପାଇଥିଲେ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ନିଶା ବେପାରୀମାନେ ସକ୍ରିୟ ଅଛନ୍ତି । ଖୁବ୍‌ ଶୀଘ୍ର ବହୁ ପରିମାଣରେ ବ୍ରାଉନ୍‌ ସୁଗର ଭୁବନେଶ୍ୱର ଆସିବାର ଅଛି । ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେସନ୍‌ । ଶୁକ୍ରବାର ସନ୍ଧ୍ୟାରେ ନିଶା ବେପାରୀ ଦେବାଶିଷ, ସେଖ୍‌‌ କୌସର ଓ ପ୍ରବୀର ଏକ ବୋଲେରୋରେ ସାଢ଼େ ୪ କେଜି ବ୍ରାଉନ୍‌ ସୁଗର ନେଇ ଭୁବନେଶ୍ୱର ଆସୁଥିଲେ । ତେବେ ଏହି ସମୟରେ ପୂର୍ବ ଯୋଜନା ମୁତାବକ, ରସୁଲଗଡ଼ର ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍‌ ଟିମ୍‌ ଜଗି ରହିଥିଲା । ଏମାନେ ପହଞ୍ଚିଲା ପରେ ଏସ୍‌ଟିଏଫ୍‌ ବୋଲେରୋ ଜବତ କରି ୩ଜଣଙ୍କୁ ଗିରଫ କରିଥିଲା ।

ଅଧିକ ସୂଚନା ଦେଇ ଡିଜିପି ଅଭୟ କହିଛନ୍ତି, ଏହା ହେଉଛି ଏସ୍‌ଟିଏଫ୍‌ର ବଡ଼ ସଫଳତା । ଓଡ଼ିଶା ପୁଲିସ୍‌ ଇତିହାସରେ ଗୋଟିଏ ଦିନରେ ଏତେ ପରିମାଣରେ ବ୍ରାଉନ୍‌ ସୁଗର କେବେ ଜବତ ହୋଇ ନଥିଲା । ୨୦୧୬ରୁ ୨୦୧୯ ମଧ୍ୟରେ ଓଡ଼ିଶା ପୁଲିସ୍‌ର ସମସ୍ତ ଏଜେନ୍ସି ମାତ୍ର ୪ କେଜି ବ୍ରାଉନ୍‌ ସୁଗର ଜବତ କରିଥିଲେ । ଗତ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ସାରା ଓଡ଼ିଶାରୁ ୧୨ କେଜି ୨୫ ଗ୍ରାମ୍‌ ବ୍ରାଉନ୍‌ ସୁଗର ଜବତ କରିବା ସହ ୩୯ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି । ଡିଜିପି କହିଛନ୍ତି, ପ୍ରାଥମିକ ତଦନ୍ତ ଓ ଗୁଇନ୍ଦା ତଥ୍ୟରୁ ଆମେ ଜାଣିବାକୁ ପାଇଛୁ ଉତ୍ତର ଓଡ଼ିଶାରୁ ଏ ସବୁ ନିଶାଦ୍ରବ୍ୟ ଆସୁଛି । ଏ ବିଷୟରେ ଅଧିକ ତଥ୍ୟ ମିଳି ପାରି ନାହିଁ ବୋଲି ଡିଜିପି କହିଛନ୍ତି । ଏସ୍‌ଟିଏଫ୍‌ ଡିଆଇଜି ଓ ତାଙ୍କ ଟିମ୍‌କୁ ଡିଜିପି ଧନ୍ୟବାଦ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କ୍ରାଇମ୍‌ ବ୍ରାଞ୍ଜ ଏଡିଜି ଏସ୍‌.କେ ପ୍ରିୟଦର୍ଶୀ, ଡିଆଇଜି ଜୟନାରାୟଣ ପଙ୍କଜ ଓ ଏସ୍‌ପି ପ୍ରଶାନ୍ତ ଭୋଇ ଉପସ୍ଥିତ ଥିଲେ ।

   Related Posts