ବାଲେଶ୍ଵର: ୪.୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

Published By : Prameya-News7 Bureau | March 18, 2020 IST

ନୀଳଗିରି ୧୮/୦୩: ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଏସଟିଏଫ ବ୍ରାଉନ୍ ସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।  ମିତ୍ରପୁର ଅଞ୍ଚଳରେ ଏସଟିଏଫ ଟିମ ଟିମ୍ ଚଢାଉ କରି ୪.୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ଏସଟିଏଫ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି। ଗିରଫ ୨ ଜଣ ହେଲେ ମିତ୍ରପୁର ଅଂଚଳର ପ୍ରଦୀପ ଦାସ ଓ କଲ୍ୟାଣି ଗ୍ରାମର ଲକୀ ବେହେରା ।

ସେହି ପରି ଏସଟିଏଫ ଜଳେଶ୍ୱରରେ ମଧ୍ୟ ଚଢାଉ କରି ୩୦୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଛି । ଏସଟିଏଫ୍ ଓ ଜଳେଶ୍ୱର ପୋଲିସ ମିଳିତ ଭାବେ ଚଢଉ କରି ୩୦୦ ଗ୍ରାମ ବ୍ରାଉନ୍ ସୁଗାର ସହ ଏକ ବୁଲେଟ୍ ଜବତ କରିଛନ୍ତି । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଫେରାର ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.