Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପ୍ରକୋପ ବାକି ରହିଛି… ପ୍ରତିଦିନ ଚିହ୍ନଟ ହେବେ ସାଢେ ଚାରି ଲକ୍ଷ କରୋନା ଆକ୍ରାନ୍ତ

26/04/2021 at 6:51 PM

ନୂଆଦିଲ୍ଲୀ ୨୬।୦୪: ଭାରତୀୟ ଅଦୌଗିକି ସଂସ୍ଥା(ଆଇଆଇଟି)ର ବୈଜ୍ଞାନିକଙ୍କ ପୂର୍ବାନୁମାନ କରିଥିଲେ, ମେ ମଧ୍ୟ ଭାଗ ସୁଦ୍ଧା କରୋନାର ଦ୍ଵିତୀୟ ଲହର ଚରମରେ ପହଞ୍ଚିପାରେ। ଏବେ ନିଜର ପୂର୍ବାନୁମାନରେ ସଂଶୋଧନ କରି ଏକ ଗାଣିତିକ ମୋଡେଲ୍‌ ଆଧାରରେ ଆଇଆଇଟିର ବୈଜ୍ଞାନିକ କହିଛନ୍ତି, ଭାରତରେ ଦ୍ଵିତୀୟ ଲହର ସମୟରେ ଚିକିତ୍ସାଧୀନ ମାମଲା ସଂଖ୍ୟା ଅର୍ଥାତ ଆକ୍ଟିଭ୍ କେସ୍ ମେ ୧୪ ରୁ ୧୮ ତାରିଖ ମଧ୍ୟରେ ୩୮ ରୁ ୪୮ ଲକ୍ଷ ପହଞ୍ଚିପାରେ।

କେବଳ ଏତିକି ନୁହେଁ ମେ ଚାରିରୁ ଆଠ ତାରିଖ ମଧ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪.୪ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ। ଭାରତରେ ସୋମବାର ୩, ୫୨, ୯୯୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ କରୋନା ସଂକ୍ରମଣରେ ୨,୮୧୨ ଜଣଙ୍କ ପ୍ରାଣହାନୀ ଘଟିଛି। ଏଥିସହ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୮,୧୩,୬୫୮କୁ ବୃଦ୍ଧି ଘଟିଛି।

ଆଇଆଇଟି କାନପୁର ଓ ହାଇଦ୍ରାବାଦର ବୈଜ୍ଞାନିକ ‘ସୂତ୍ର’ ନାମରେ ଏକ ମୋଡେଲ୍ ପ୍ରସ୍ତୁତ କରିଛନ୍ତି। ଏଥିରେ କହିଛନ୍ତି, ମେ ମଧ୍ୟ ଭାଗ ସୁଦ୍ଧା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ବୃଦ୍ଧି ଘଟି ୩୮ ରୁ ୪୮ ଲକ୍ଷ ପହଞ୍ଚିପାରେ। ନୂତନ ପୂର୍ବାନୁମାନରେ ସମୟସୀମା ଓ ମାମଲା ସଂଖ୍ୟାରେ ସଂଶୋଧନ କରାଯାଇଛି।

ଗତ ସପ୍ତାହରେ ପୂର୍ବାନୁମାନ କରାଯାଇଥିଲା ଯେ, ମହାମାରୀ ମେ ୧୧ରୁ ୧୫ ମଧ୍ୟରେ ଚରମରେ ପହଞ୍ଚିପାରେ ଏବଂ ଆକ୍ଟିଭ୍ କେସ୍ ସଂଖ୍ୟା ୩୩ ରୁ ୩୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ। ଏଥିସହ ମେ ଶେଷ ଆଡକୁ କ୍ଷୀପ୍ର ଗତିରେ ସଂକ୍ରମଣ ହ୍ରାସ ଘଟିବ।

   Related Posts