ଆସାମରେ ଭୂକମ୍ପ ଝଟ୍କା ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୪.୨
14/01/2021 at 10:25 AM

ଦିଶପୁର ୧୪।୧: ଆସାମ ଦିମା ହସାଓ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ ମିନିଟ୍ ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲତରେ ଭୂକମ୍ପ ତୀବ୍ରତା ୪.୨ ରହିଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଏନେଇ ସ୍ପଷ୍ଟ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
Earthquake of magnitude 4.2 on the Richter scale hit Dima Hasao in Assam at 12:45 am today: National Center for Seismology
— ANI (@ANI) January 13, 2021
କିଛି ଦିନ ମଧ୍ୟରେ ଭାରତର ଅନେକ ସ୍ଥାନରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେବାରେ ଲାଗିଛି । ଏହା ପୂର୍ବରୁ ଦିଲ୍ଲୀ ନିକଟ ନୋଏଡାରେ ଭୂକମ୍ପ ଝଟକା ଅନୁଭୂତ ହଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୨.୯ ରହିଥିଲା । ବୁଧବାର ସନ୍ଧ୍ୟା ୭ଟା ୩ମିନିଟ୍ ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
ଏହାର କିଛି ଦିନ ପୂର୍ବରୁ ଜମ୍ମୁକାଶ୍ମୀରରେ ମଧ୍ୟ ଭୂକମ୍ପ ହୋଇଥିବା ସୂଚନା ମିଳିଥିଲା । ସୋମବାର ସନ୍ଧ୍ୟାରେ ଜମ୍ମୁକାଶ୍ମୀରରେ ଭୂକମ୍ପ ଝୟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ୫.୧ ରହିଥିଲା । ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ହାନି ଘଟିନଥିଲା ।