Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ମିଜୋରାମରେ ୪.୧ ତୀବ୍ରତାର ଭୂମିକମ୍ପ : ଫାଟିଲା ରାସ୍ତା

24/06/2020 at 10:49 AM

ଆଇଜଲ ୨୪।୬: ମିଜୋରାମରେ ଲଗାତର ଭାବରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ବୁଧବାର ଦିନ ଭୂକମ୍ପ ଯୋଗୁଁ ପୁଣି ଥରେ ଥରିଲା ରାଜ୍ୟ । ଭୂକମ୍ପ କେନ୍ଦ୍ର (ଏନସିଏସ୍) କହିଛି ଯେ ମିଫୋରମରେ ଆଜି ସକାଳ ୮ଟା ୨ମିନିଟ୍ ରେ ଚମ୍ପଇର ଦକ୍ଷିଣ-ପଶ୍ଚିମ ଚମ୍ପଇଠାରୁ ୩୧ କିଲୋମିଟର ଦକ୍ଷିଣରେ ଥିବା ରିକ୍ଟର ସ୍କେଲରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

 ଏହାପୂର୍ବରୁ ମଙ୍ଗଳବାର ସକାଳ ୧୧ଟା ୩୩ ମିନିଟ୍ ରେ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏନସିଏସ୍ ଅନୁଯାୟୀ, ରିକ୍ଟର ସ୍କେଲରେ ତୀବ୍ରତା ୩.୨ ଏବଂ ଭୂକମ୍ପର କେନ୍ଦ୍ରସ୍ଥଳ ଚମ୍ପାଇ ଜିଲ୍ଲାରୁ ୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଥିଲା ।

ସେହିପରି ସୋମବାର ସକାଳେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ଦ୍ବାରା ରାସ୍ତାରେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ରାଜ୍ୟ ଭୂବିଜ୍ଞାନ ଏବଂ ଖଣିଜ ସମ୍ପଦ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ।

   Related Posts