ତିନି ବର୍ଷର ଗରୀବ ଝିଅ ଡମୁଣିକୁ ହୋଇଛି ଅଜଣା ରୋଗ, ନିରକ୍ଷର ବାପା ମା କେମିତି କରିବେ ଚିକିତ୍ସା ଜାଣିପାରୁ ନାହାନ୍ତି…

Published By : Prameya-News7 Bureau | November 02, 2019 IST

ମୁନୀଗୁଡା୨|୧୧: ସ୍ବାସ୍ଥ୍ୟସେବାର ବିକାଶ ପାଇଁ ସରକାରଙ୍କର କେତେ କଣ ଯେ।ଜନା।  କିନ୍ତୁ ଶିକ୍ଷା ଓ ସଚେତନତାର ଅଭାବରୁ ସରକାରୀ ଯେ।ଜନାରୁ ବଞ୍ଚିତ ହେଉଛନ୍ତି ଗରିବ ଗୁରୁବା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବଡଦହିଖାଲ ଗାଁରେ । ଅଜଣା ରେ।ଗରେ ୩ବର୍ଷର ଶିଶୁ କନ୍ୟା ସଢୁଥିବା ବେଳେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ପରିବାର ।

{"id":178170}

ଏ ହେଉଛି ଡମୁଣି । ବୟସ  ୩ବର୍ଷ ।ଏବେ ଡମୁଣି କୁନି କୁନି ପାଦରେ ଦୈାଡିବା କଥା । ମିଠା ମିଠା କଥା କହି ସମସ୍ତଙ୍କ ମନ ଜିଣିବା କଥା । ହେଲେ ଏବେବି ସେ ମା’ କେ।ଳରେ । ଜନ୍ମରୁ ଅଜଣା ରେ।ଗରେ ସେ ଆକ୍ରାନ୍ତ ।ନାଁ ଚାଲି ପାରୁଛି, ନା କଥା କହିପାରୁଛି । ଶାରୀରିକ ବିକାଶ ମଧ୍ୟ ଘଟୁନି । ଡମୁଣିକୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବିଷମକଟକ ଓ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ବାପା ମାଆ । ହେଲେ କିଛି ଉନ୍ନତି ହେଲାନି । ବଡ ଡାକ୍ତରଖାନା ନେବାକୁ ଇଛା ଥିଲେ ବି ଅର୍ଥାଭାବ ଓ ଦାରିଦ୍ରତା ବାଟ ଓଗାଳୁଛି I

{"id":178171}

ଡମୁଣିର ବାପା, ମାଆ ନିରକ୍ଷର । କେଉଁଠିକୁ ଗଲେ ସହାୟତା ମଳିବି ସେତେକ ବି ଜଣା ନାହିଁ । ତେଣୁ ରେ।ଗିଣା ଝିଅକୁ ଧରି ଭାଗ୍ୟକୁ ଆଦରି ପଡି ରହିଛନ୍ତି ।ସେପଟେ ଏନେଇ ଆମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ ଡମୁଣିକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିଛାଳୟକୁ ପଠାଇ ପୁଣି ଚିକିତ୍ସା କରାଯିବ ଓ ଆବଶ୍ୟକ ପଡିଲେ ବଡ ଡାକ୍ତରଖାନୁ ପଠାଯିବ ବେ।ଲି ପ୍ରତିଶୃତି ଦେଇଛନ୍ତି I

{"id":178172}

ଡେରିରେ ହେଲେ ବି ଡମୁଣିର ଚିକିତ୍ସା ଆରମ୍ଭ ହେବାକୁ ଯାଉଛି । ଡମୁଣି ସୁସ୍ଥ ହେଉ, ଅନ୍ୟ ପିଲାଙ୍କ ଭଳି ଖେଳୁ ବୁଲୁ ଏତିକି ହିଁ କାମନା ।

{"id":178173}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.