୨୨ବର୍ଷ ଯୁବକଙ୍କ ୩ ପତ୍ନୀ : ଏବେ ସମସ୍ତେ ମିଶି ଖୋଜୁଛନ୍ତି ୪ର୍ଥ କନିଆଁ

Published By : Prameya-News7 Bureau | November 20, 2020 IST

ସିୟାଲକୋଟ ୨୦/୧୧: ଜଣେ ବ୍ୟକ୍ତି ୩ଟି ବିବାହ କରିଛନ୍ତି। ୩ଜଣ ତାଙ୍କ ସହ ରୁହନ୍ତି। ଏବେ ୩ଜଣ ପତ୍ନୀ ମିଶି ସ୍ବାମୀଙ୍କ ପାଇଁ ଚତୁର୍ଥ ପତ୍ନୀ ଖୋଜୁଛନ୍ତି। ଏହି କାହାଣୀ ହେଉଛି ପାକିସ୍ତାନର ସିୟାଲକୋଟର। ଏବେ ସିୟାଲକୋଟ ସମେତ ପୂରା ପାକିସ୍ତାନରେ ଏହି ମାମଲାକୁ ନେଇ ଚର୍ଚ୍ଚା ଥମୁନାହିଁ। ମୁସଲିମ୍ ସମୁଦାୟରେ ଏକାଧିକ ବିବାହ ନୂଆ କଥା ନୁହେଁ କିନ୍ତୁ ୩ପତ୍ନୀ ୪ର୍ଥଙ୍କୁ ଖୋଜିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ବ୍ୟକ୍ତିଙ୍କ ନାଁ ଅଦନାନ ଏବଂ ତାଙ୍କୁ ମାତ୍ର ୨୨ବର୍ଷ। ଏତେ କମ୍ ବୟସରେ ତାଙ୍କର ୩ଜଣ ପତ୍ନୀ। ଅଦନାନଙ୍କ ପ୍ରଥମ ବିବାହ ୧୬ବର୍ଷ ବୟସରେ ହୋଇଥିଲା। ଦ୍ବିତୀୟ ୨୦ବର୍ଷ ବୟସରେ ଏବଂ ତୃତୀୟ ଗତ ବର୍ଷ ଅର୍ଥାତ୍ ୨୧ବର୍ଷ ବୟସରେ ହୋଇଥିଲା।

ଅଦନାନଙ୍କ ପତ୍ନୀଙ୍କ ନାଁ ଶୁମ୍ଭାଲ,ଶୁବାନା ଏବଂ ଶାହିଦା। ଏବେ ୩ପତ୍ନୀ ମିଶି S ଆଲଫାବେଟ୍ ନାଁ ଥିବା ଚତୁର୍ଥ ପତ୍ନୀଙ୍କୁ ଖୋଜୁଛନ୍ତି। ସେମାନଙ୍କ ମତରେ ଏହା ଦ୍ବାରା ଘରେ ସୁଖ,ସୌହାର୍ଦ୍ଦ୍ୟର ବାତାବରଣ ରହିଥାଏ। ଅଦନାନଙ୍କ ୨ପତ୍ନୀଙ୍କ ଠାରୁ ସନ୍ତାନ ଅଛନ୍ତି।

ଅଦନାନଙ୍କ ପ୍ରଥମ ପତ୍ନୀ ଶୁମ୍ଭାଲଠୁ ୩ଜଣ ଏବଂ ଦ୍ବିତୀୟ ପତ୍ନୀ ଶୁବାନାଠୁ ୨ପିଲା ଅଛନ୍ତି। ଶୁବାନାଙ୍କ ଜଣେ ସନ୍ତାନକୁ ତୃତୀୟ ପତ୍ନୀ ଶାହିଦା ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି। ଆଜିକାଲିର ଦରଦାମ୍ ଜୀବନରେ ଗୋଟିଏ ବିବାହ ସମ୍ଭାଳିବା କେତେ କଷ୍ଟକର ହୋଇପଡ଼ିଲାଣି। ଅଦନାନ ୩-୩ଟି ସମ୍ଭାଳୁଛନ୍ତି ଏବଂ ୪ର୍ଥ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅଦନାନଙ୍କ ୩ପତ୍ନୀ ଅଭିଯୋଗ କରନ୍ତି ଯେ ଅଦନାନ ୩ଜଣଙ୍କୁ ପୂରା ସମୟ ଦେଇ ପାରନ୍ତି ନାହିଁ।

୩ପତ୍ନୀ ଅଦନାନ ଏବଂ ତାଙ୍କ ପିଲାମାନଙ୍କ ଯତ୍ନ ନିଅନ୍ତି। କେହି ତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାବେଳେ କେହି ଲୁଗା ସଫା କରନ୍ତି ତ କେହି ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖନ୍ତି। ଅଦନାନ ୩ଜଣଙ୍କୁ ଭଲ ପାଆନ୍ତି। ଅଦନାନଙ୍କ ଘରେ ସବୁ ମାସରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.