ଖୁସି ଖବର ! ଦେଶରେ ରେମଡେସିଭିର ପ୍ରଡକ୍ସନ ତିନିଗୁଣା ବୃଦ୍ଧି, ଏବେ ପ୍ରତି ମାସରେ ୧.୦୫ କୋଟି ଇଞ୍ଜେକ୍ସନ୍‌ ହେବ ପ୍ରସ୍ତୁତ

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ, ୦୪/୦୫: କରୋନାର ସ୍ଥିତି ଏବେ ଦେଶରେ ଅଣାୟତ ହୋଇପଡ଼ିଛି । ଏହାରି ମଧ୍ୟରେ ଟିକାକରଣ ମଧ୍ୟ ଜୋର୍‌ଦାର୍‌ କରାଯାଇଛି । କିଛି ରାଜ୍ୟରେ ଟିକା ଅଭାବ କାରଣରୁ ଟିକାକରଣ ବନ୍ଦ ହେଉଛି । ଏଥିପାଇଁ ଉତ୍ପାଦନ କମ୍ପାନୀମାନେ ଅଧିକ ଟିକା ପ୍ରସ୍ତୁତ କରି ରାଜ୍ୟ ମାନଙ୍କୁ ଯୋଗାଇ ଦେବା ପାଇଁ ପ୍ରୟାସ କରୁଛନ୍ତି ।

ଏହାରି ମଧ୍ୟରେ ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇମ୍ୟୁନିଟି ସିଷ୍ଟମକୁ ବୃଦ୍ଧି କରୁଥିବା ରେମଡେସିଭିରର ଉତ୍ପାଦନରେ ତିନିଗୁଣା ବୃଦ୍ଧି ହୋଇଛି । ଯାହାଫଳରେ ପ୍ରତି ମାସରେ ୧ କୋଟି ୫ଲକ୍ଷ ଇଞ୍ଜେକ୍ସନ୍‌ ପ୍ରସ୍ତୁତ ହୋଇପାରିବ ବୋଲି କେନ୍ଦ୍ରୀୟ ରସାୟନ ଏବଂ ଉର୍ବରକ ରାଜ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟା ମଙ୍ଗଳବାର କହିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଏହି ଆଣ୍ଟିଭାଇରାଲ୍‌ ଓୌଷଧର ଉପଲବ୍ଧତାକୁ ବଢ଼ାଇବା ପାଇଁ ଅଧିକ ଚେଷ୍ଟା ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।

ମାଣ୍ଡବୀୟା ଏନେଇ ଟ୍ୱିଟ୍‌ କରି କହିଛନ୍ତି ଯେ, ଏହାର ଉତ୍ପାଦନ କ୍ଷମତା ୪ ମେରୁ ପ୍ରତିମାସ ୧.୦୫ କୋଟି ଶିଶି ପାର କରିଛି । ଯାହାକି ଏପ୍ରିଲ୍‌ ୧୨ରେ ୩୭ ଲକ୍ଷ ରହିଥିଲା । ଏହିପରି ଉତ୍ପାଦନ କ୍ଷମତାରେ ପାଖାପାଖି ତିନିଗୁଣ ବୃଦ୍ଧି ପାଇଛି । ଗୋଟିଏ ମାସ ପୂର୍ବରୁ ୨୦ ପ୍ରତିଶତ ହାରରେ ଇଞ୍ଜେକ୍ସନ୍‌ ଉତ୍ପାଦନ ହେଉଥିଲା ତାହା ବର୍ତ୍ତମାନ ୫୭ ପ୍ରତିଶତ ହାରରେ ଉତ୍ପାଦନ ହେଉଛି । ଖୁବ୍‌ଶୀଘ୍ର ଆବଶ୍ୟକ ମୁତାବକ ଇଞ୍ଜେକ୍ସନ୍‌ ଆମେ ଦେଶରେ ଉପଲବ୍ଧ କରି ପାରିବୁ ବୋଲି ସେ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.