ବିସ୍ଫୋରଣରେ ଉଡିଗଲା ତିନି ମହଲା

Published By : Prameya-News7 Bureau | October 03, 2019 IST

ରେମୁଣା ୩/୧୦: ବାଲେଶ୍ବର ଜିଲ୍ଲାର ରେମୁଣା ବ୍ଲକ ରେମୁଣା ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତ ପୁର ଗାଆଁ ର କାଳୀଚରଣ ମହାପାତ୍ରଙ୍କ ର ସୁପୁତ୍ର ସୃଜୟ ମହାପାତ୍ରଙ୍କର ତିନି ମହଲା ଘରର ଛାତଟି ବିସ୍ଫୋରଣରେ ସମ୍ପୂର୍ଣ୍ଣ ଭାବେ ଉଡି ଉଡ଼ିଯାଇଛି। ସୂଚନାରୁ ଜଣାପଡିଛି ସେହି ଘରେ ଜଣେ  ଭଡାଟିଆ ରହିଥିଲା ଯାହାର କିଛି ଖୋଜଖବର ମିଳିପାରିନାହିଁ। ପୋଲିସ୍  ତାର ଅନୁସନ୍ଧାନ କରୁଛି।

{"id":165621}

ସାଇଣ୍ଟିଫିକ୍ ଟିମ୍ ଏହାର ତଦନ୍ତ କରୁଛି। ଘଟଣା ସ୍ଥଳରେ ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ଶିଳ୍ପାଞ୍ଚଳ ଥାନା ଆଇଆଇସି ଏବଂ ତଦନ୍ତ କାରୀ ଅଫିସର ମାନେ ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ଜଣା ପଡିବ ବୋଲି କହିଛନ୍ତି।

{"id":165622}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.