ଦେଖୁଦେଖୁ ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା, ଭାଇରାଲ୍‌ ହେଉଛି ଭିଡିଓ

Published By : Prameya-News7 Bureau | September 21, 2021 IST

ଜଲ୍‌ଗାଁଓ, ୨୧/୦୯: ଦେଶରେ ବିଭିନ୍ନ ସ୍ଥାନରୁ ବର୍ଷା କାରଣରୁ କୋଠା ଭୁଶୁଡ଼ି ଯାଉଥିବା ଦେଖିବାକୁ ମିଳିଛି । ପୂରୁଣା କୋଠାଗୁଡ଼ିକ ଚିହ୍ନଟ କରି ସ୍ଥାନୀୟ ପ୍ରଶାସନ ଏହାକୁ ଯଥା ସମ୍ଭବ ଖାଲି କରିବାକୁ ଚେଷ୍ଟା କରୁଛନ୍ତି । ଯାହଫଳରେ ଜନଜୀବନ ରକ୍ଷା ପାଇଯାଉଛନ୍ତି ।

ସେହିପରି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡ଼ିଓଟିରେ ଜଲ୍‌ଗାଁଓ ଜିଲ୍ଲାର ପଚୋରା ଟାଉନ୍‌ ସ୍ଥିତ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି । ଏହି ଘଟଣା ସୋମବାର ପାଖାପାଖି ରାତି ୧୦ଟାରେ ଘଟିଛି । କୋଠାଟି ଭୁଶୁଡ଼ିବା ସମୟରେ କିଛି ଦୂରରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଏହାକୁ ଜଣେ ବ୍ୟକ୍ତି ନିଜ ମୋବାଇଲ୍‌ କ୍ୟାମେରାରେ କଏଦ୍‌ କରିଥିଲେ ।

wp:html /wp:html

ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ପୂର୍ବରୁ ସ୍ଥାନୀୟ ପ୍ରଶାସନ ଏହି କୋଠାରେ ବାସ କରୁଥିବା ପରିବାରଙ୍କୁ ଖାଲି କରିଦେଇଥିଲା ଏବଂ କିଛି ଦୁର୍ଘଟଣା ଘଟିବା ଆଶଙ୍କା କରି ପାଖ ରାସ୍ତାକୁ ସିଲ୍‌ କରିଦେଇଥିଲା । ଯାହାଫଳରେ ଦୁର୍ଘଟଣାରୁ ଲୋକେ ବର୍ତ୍ତିଯାଇଛନ୍ତି । ତେବେ ଏହି ଭିଡିଓଟିରେ ମାତ୍ର ୧୮ ସେକେଣ୍ଡ୍‌ ମଧ୍ୟରେ କୋଠାଟି ଭୁଶୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି । ଖବର ପାଇ ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.