Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଏମ୍ସ ଡାକ୍ତରଙ୍କ ଚେତାବନୀ, ଖୁବ୍‌ଶୀଘ୍ର ମାଡ଼ି ଆସିବ ତୃତୀୟ ଲହର, ମରିଯିବେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ !

8/11/2021 at 4:42 PM

ନୂଆଦିଲ୍ଲୀ, ୦୮/୧୧: ଖୁବ୍‌ଶୀଘ୍ର ଭାରତରେ କରୋନା ଭାଇରସ୍‌ର ତୃତୀୟ ଲହର ଆସିବାକୁ ଯାଉଛି । ଗତ ଦଇଟି ଲହରରେ ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇିଥିଲେ ମଧ୍ୟ ତୃତୀୟ ଲହର ପ୍ରଭାବ ପାକାଇବା ନେଇ ଅନୁମାନ କରାଯାଉଛି । ଏମ୍ସର ଡାକ୍ତର ଏବଂ ମହାମାରୀ ବିଶେଷଜ୍ଞ ଡାକ୍ତର ସଞ୍ଜୟ କେ ରାୟ ଏନେଇ ସୂଚନା ଦେଇଛନ୍ତି ।

କିଛିଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ୱାର୍ଣ୍ଣିଂରେ କହିଥିଲା ଯେ, କୋଭିଡ୍‌-୧୯ର ତୃତୀୟ ଲହର ଇଉରୋପ ଏବଂ କେନ୍ଦ୍ର ଏସିଆରେ ବିଶେଷ ପ୍ରଭାବ ପକାଇବ । ଉକ୍ତ ଅଞ୍ଚଳରରେ ୨୦୨୨ ଫେବୃଆରୀ ସୁଦ୍ଧା ୫ ଲକ୍ଷରୁ ଅଧିକ ମୃତ୍ୟ ମାମଲା ରେଜିଷ୍ଟର ହେବ ବୋଲି ଅନୁମାନ କରାଯାଉଛି । ଭାଇରସ୍‌ର ଖୁବ୍‌ କମ୍‌ ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ଉପରେ ଏହା ପ୍ରଭାବ ପକାଇବ ନାହିଁ । ଯାହାଫରେ ଆକ୍ରାନ୍ତଙ୍କ ସଂଖ୍ୟାରେ କିଛିଟା ହ୍ରାସ ହେବ । ଟୀକାକରଣର ପ୍ରଭାବରୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିବ ।

ଋଷ୍‌ ଏବଂ କେନ୍ଦ୍ର ଏସିଆରେ ସଂକ୍ରମଣ ଏବେ ଜାରି ରହିଛି । କିନ୍ତୁ ଫେବୃଆରୀ ସୁଦ୍ଧା ଏହା ହ୍ରାସ ପାଇବ । ଏହି ଭାଇରସ୍‌ର ପ୍ରଭାବ ଭାରତ ସମେତ ବିଭିନ୍ନ ଦେଶରେ କମ୍‌ ରହିଛି ।

ଡକ୍ଟର ରାୟ ଉଲ୍ଲେଖ କରିଛନ୍ତି ଯେ ଫେବୃଆରୀ ସୁଦ୍ଧା ଏହି ଅଞ୍ଚଳରେ ୫ ଲକ୍ଷରୁ ଅଧିକ ମୃତ୍ୟୁ ରେକର୍ଡ ହୋଇପାରେ ଏବଂ ଟୀକାକରଣ ହଠାତ୍ ମୃତ୍ୟୁକୁ ରୋକିବାରେ ବିଫଳ ହେବ । ଡ ରାୟ ଆହୁରି କହିଛନ୍ତି ଯେ WHO ବର୍ତ୍ତମାନ ବିଶ୍ୱସନୀୟତା ହରାଉଛି ।

   Related Posts