କରୋନାକୁ ନେଇ ଆଶ୍ବସ୍ତିକର ଖବର, ଶିଶୁଙ୍କୁ ପ୍ରଭାବିତ କରିପାରିବ ନାହିଁ କୋଭିଡର ତୃତୀୟ ଲହର : ବିଶେଷଜ୍ଞଙ୍କ ମତ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୦୩/ ୦୬ : କରୋନା ସଂକ୍ରମଣ ଦ୍ବିତୀୟ ଲହରୀ ଏବେ ସାରା ଦେଶକୁ କବଳିତ କରି ରଖିଛି । ମହାମାରୀ ଆରମ୍ଭରୁ କୋଭିଡର ବିଭିନ୍ନ ଷ୍ଟ୍ରେନ୍‌ ଦେଖିବାକୁ ମିଳିଥିଲା । ଏହା ଛୋଟ ପିଲାମାନଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ଗତ ସୋମବାର ମହାରାଷ୍ଟ୍ରର ଅହମଦନଗରରେ ପ୍ରାୟ ୧୦ ହଜାର ଶିଶୁ ଏବଂ ନାବାଳକ କରୋନା ସଂକ୍ରମିତ ଜଣାପଡିବା ପରେ ଚିନ୍ତା ବଢିଯାଇଛି ।

wp:gallery {"ids":[461076],"linkTo":"none"} /wp:gallery

କିନ୍ତୁ କରୋନାର ତୃତୀୟ ଲହରକୁ ନେଇ ଛୋଟଛୋଟ ଶିଶୁମାନଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି । ଇଣ୍ଡିଆନ ଏକାଡେମୀ ଅଫ୍‌ ପିଡିଆଟ୍ରିକ୍ସ (IAP) କହିଛି ଯେ, 'କରୋନାର ତୃତୀୟ ଲହର କେବଳ ଶିଶୁମାନଙ୍କ ପ୍ରଭାବିତ କରିବା ସମ୍ଭାବନା ଖୁବ କମ । କିନ୍ତୁ ଯଦି ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ଶିଶୁମାନେ ସଂକ୍ରମିତ ହୋଇପାରନ୍ତି ବୋଲି ବିଶେଷଜ୍ଞମନେ କହିଛନ୍ତି ।

ମୁମ୍ବାଇର କୋକିଳୋବନ୍‌ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ତନୁ ସିଂହଲ କହିଛନ୍ତି ଯେ, କୋଭିଡ-୧୯ ଦ୍ବରା ସଂକ୍ରମିତ ୯୯ ପ୍ରତିଶତ ଶିଶୁ ଘରେ ରହି ସୁସ୍ଥ ହୋଇପାରିବେ । ସେ କହିଛନ୍ତି ଗତ ୩ ମାସ ମଧ୍ୟରେ ୧୮ ବର୍ଷରୁ କମ ବୟସର ପିଲାମାନଙ୍କ ମଧ୍ୟରୁ କେବଳ ଦୁଇ ଜଣଙ୍କୁ ନିମୋନିଆ ହୋଇଥିବା ଖବର ରହିଛି । କିନ୍ତୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଅନେକ ବ୍ୟକ୍ତି କରୋନା ସହିତ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହେଉଥିବା ନଜିର ରହିଛି । 

wp:gallery {"ids":[461077],"linkTo":"none"} /wp:gallery

ଥାଣେ ସ୍ଥିତ ଜୁପିଟର ହସ୍ପିଟାଲର ବରିଷ୍ଠ ଚିକିତ୍ସକ ପରମାନନ୍ଦ ଅନ୍ଦନକର କହିଛନ୍ତି ଯେ, ଅହମଦନଗରରୁ ଚିହ୍ନଟ ହୋଇଥିବା ୧୦ ହଜାର ଶିଶୁଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସୁସ୍ଥ ଅଛନ୍ତି । ଅଧିକାଂଶ ଶିଶୁ ଘରେ ରହି ସୁସ୍ଥ ହୋଇଥିବା ଖବର ରହିଛି । କିନ୍ତୁ କରୋନାରୁ ସୁସ୍ଥ ହେବା ପେର କିଛି ଶିଶୁଙ୍କ ଶରୀରରେ ପିଡିୟାଟ୍ରିକ୍ସ ଇନଫ୍ଲେମେଟରୀ ସିଣ୍ଡ୍ରୋମ୍‌ ବା (PIMS) ଦେଖିବାକୁ ମିଳୁଛି ଯାହାକି ଚିନ୍ତାର କାରଣ ପାଲଟିଛି ।

ଡାକ୍ତର ଅନ୍ଦନକର କହିଛନ୍ତି କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସେମାନେ ଏହି ରୋଗରେ ପୀଡିତ ହେଉଛନ୍ତି ଏବଂ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହି ରୋଗରେ ପୀଡିତ ଥିବା ଶିଶୁଙ୍କ ନିକଟରେ ଥଣ୍ଡା, କାଶ, ପେଟ ଯନ୍ତ୍ରଣା, ବାନ୍ତି ହେବା ଭଳି ଲକ୍ଷଣ ଦେଖିବାକୁ ମିିଳିଥାଏ । ଏପରିକି ଚିକିତ୍ସା ବେଳେ କିଛି ଶିଶୁଙ୍କର ମୃତ୍ୟୁ ଘଟିଥିବା ମଧ୍ୟ କହିଛନ୍ତି ଡାକ୍ତର ପରମାନନ୍ଦ ଅନ୍ଦନକର । ତେଣୁ ଛୋଟ ହୁଅନ୍ତୁ କିମ୍ବା ବଡ ସମସ୍ତଙ୍କୁ କରୋନା ସଂକ୍ରମଣ ଭୟ ରହିଛି ଏଥିପାଇଁ ସମସ୍ତେ ସଚେତନ ରହିବା ଜରୁରୀ ବୋଲି ଡାକ୍ତର ଅନନ୍ଦକର କହିଛନ୍ତି

wp:gallery {"ids":[461078],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.