ବାରଙ୍ଗ ୨୯।୧୦: ତୃତୀୟ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଗାଁ ଡାକପଡିଆରେ ଆରମ୍ଭ ହୋଇଛି । ଦୁଇଦିନିଆ ଟୁଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 11ଟି ଟିମ ଭାଗ ନେଉଥିବା ବଳେ ମଙ୍ଗଳବାର ପ୍ରଥମ ଦିନ୫ଟି ଖେଳିଛନ୍ତି।ତେବେ ସାଧରଣ ଲୋକଙ୍କ ଭଳି ଦୃଷ୍ଟିହୀନମାନେ ମଧ୍ୟ ଅନେକ ପ୍ରକାର କାର୍ଯ୍ୟ କରିବାକୁ ସକ୍ଷମ ବୋଲି ଏଠାରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପ୍ରମାଣିତ କରିଛି।
{"id":176696}ଗତ ୧୯୯୮ ମସିହାରୁ ଅନୁଷ୍ଠିତ ହୋଇଆସୁଥିବା ଦୃଷ୍ଟିହୀନ ପୁରୁଷ କ୍ରିକେଟ ଏବେ ଜାତୀୟ ସ୍ଥରରେ ସୁନାମ ଅର୍ଜନ କରିବା ରେ ସଫଳ ହୋଇଛି। ଏବେ ୨୦୧୫ ମସିହାରୁ ରାଜ୍ୟର ଦୃଷ୍ଟିହୀନ ମହିଳା କ୍ରିକେଟ ନିଜର ପ୍ରତିଭା ପ୍ରଦର୍ଶନ କରିଆସୁଛନ୍ତି। ତେବେ କ୍ରିକେଟ ଖେଳିବା ଲାଗି ଏହି ଖେଳାଳିଙ୍କ ନିମନ୍ତେ ସ୍ବତନ୍ତ୍ର ଶବ୍ଦ ବାହାରୁ ଥିବା ବଲ ଓ ସାଧାରଣ ବ୍ୟାଟ ବ୍ୟବହାର ହେଉଛି।
{"id":176697}କ୍ରିକେଟ ଖେଳ ପ୍ରତି ଆଗ୍ରହ ରଖିଥିବା ଦୃଷ୍ଟିହୀନ ମହିଳାମାନଙ୍କୁ ପ୍ରୋତ୍ସାହନ ଦେବା ଉଦେଶ୍ୟରେ ଗତ ତିନିବର୍ଷ ହେଲା ଏନ.ଏ.ବି ଓ ସି.ବି ମିଳିତ ଭାବେ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଆୟୋଜନ କରୁଛନ୍ତି। ରାଜ୍ୟ ର ବିଭିନ୍ନ ଜିଲ୍ଲାର ଗ୍ରାମଞ୍ଚଳରୁ ଦୃଷ୍ଟିହିନ ବାଳିକାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ ସମେତ ସେମାନଙ୍କ ମଧ୍ୟରେ କ୍ରିକେଟ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରାଯାଇଛି । ପ୍ରତିଯୋଗିତା ମାଧ୍ୟମରେ ସେମାଙ୍କୁ ରାଜ୍ୟ ସ୍ତର ଓ ଜାତୀୟ ସ୍ତର ରେ ପହଞ୍ଚାଇ ସୁନାମ ଅର୍ଜନ କରିବାର ଲକ୍ଷ ରଖିଛନ୍ତି ଆୟୋଜକ ।
{"id":176698}ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଡାକ ପଡିଆରେ ଅନୁଷ୍ଠିତ ହେଉଛି । ଅଞ୍ଚଳର ଦୁଦ୍ଧିଜୀବି ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଦୃଷ୍ଟିହୀନ ମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଆରମ୍ଭ ଦିନ ଭୁବନେଶ୍ବର ଲୁଇବ୍ରାଲ ଟିମ ଓ ବାଲେଶ୍ବର ରାଣୀ ପାଟଣା ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏଥିରେ ବାଲେଶ୍ବର ଟିମ ବିଜୟୀ ହୋଇଛି।